ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍ ହଟାଇଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ସମସ୍ତ ଭିଡିଓ ମଧ୍ୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଭିଡିଓ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରିଚୟ ବା ଇଣ୍ଟ୍ରୋଡକଶନ୍ ପ୍ରଦାନ କରୁଥିବା […] The post ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍ ହଟାଇଲେ ଐଶ୍ୱର୍ଯ୍ୟା appeared first on Dharitri Odia News.
ମୁମ୍ବାଇ: ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ସମସ୍ତ ଭିଡିଓ ମଧ୍ୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଭିଡିଓ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରିଚୟ ବା ଇଣ୍ଟ୍ରୋଡକଶନ୍ ପ୍ରଦାନ କରୁଥିବା ଭିଡିଓ। ଏହି ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବଦଳରେ ଏହି କେବଳ ଅନ୍ତର୍ଜାତୀୟ ତାରକା ଐଶ୍ୱର୍ଯ୍ୟା ରାୟ ଲେଖାଯାଇଛି। ଏହି ଭିଡିଓ ଏହି ସମୟରେ ଭାଇରାଲ ହୋଇଛି ଯେତେବେଳେ ଐଶ୍ୱ-ଅଭିଙ୍କର ଛାଡପତ୍ର ଚର୍ଚ୍ଚା ଜୋର ଧରିଛି। ଏଶ୍ୱଙ୍କ ସରନେମ୍ ହଟାଇବା ଘଟଣାକୁ ନେଇ ସମସ୍ତେ ତାଜୁବ ହୋଇଯାଇଛନ୍ତି।
କହିରଖୁଛୁ କି, ୧୭ ବର୍ଷ ପୂର୍ବେ ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପରେ ଐଶ୍ୱର୍ଯ୍ୟା ରାୟ ଅଭିଷେକଙ୍କ ସରନେମ୍, ତାଙ୍କ ନାମରେ ଯୋଡିଥିଲେ। ଏବଂ ସେବେଠାରୁ ସେ ସାରା ବିଶ୍ୱରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାବେ ପରିଚିତ ହୋଇଥିଲେ। ଏପରିକି ସୋସିଆଲ ମିଡିଆ ଆକାଉଣ୍ଟରେ ଐଶ୍ୱର୍ଯ୍ୟା ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲେଖିଛନ୍ତି। ଏହି କାରଣରୁ ଦୁବାଇରୁ ଏହି ଭିଡିଓରେ ‘ବଚ୍ଚନ’ ନାମ ହଟାଇବା ସମସ୍ତଙ୍କୁ ଚକିତ କରିଛି। ଏବେ ଏହା କେବଳ ଏକ ଭୁଲ ଥିଲା କି ଏକ ସୁଚିନ୍ତିତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଗତ କିଛି ମାସ ଧରି ଐଶ୍ୱ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ସେମାନଙ୍କ ମଧ୍ୟରେ କିଛି ବି ଠିକ୍ ନାହିଁ। ଆଉ ଏହି ସମ୍ପର୍କ ଛାଡପତ୍ରରେ ପହଞ୍ଚିଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବରକୁ ବଚ୍ଚନ ପରିବାର ଅଣଦେଖା କରିଛନ୍ତି।
The post ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍ ହଟାଇଲେ ଐଶ୍ୱର୍ଯ୍ୟା appeared first on Dharitri Odia News.
Aishwarya Rai Bachchan (@aishwaryarai_only)