ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: ଭାଇରାଲ ପରେ ତେଜିଲା ବିବାଦ
ହିଞ୍ଜିଳିକାଟୁ,୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅମାନବୀୟ ଦୃଶ୍ୟ ଯାତ୍ରା ପେଣ୍ଡାଲରେ ପରିବେଷଣ ବେଳେ ଶତାଧିକ ଦର୍ଶକ ଦେଖି ମଜା ନେବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହି ଘଟଣାକୁ […] The post ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: ଭାଇରାଲ ପରେ ତେଜିଲା ବିବାଦ appeared first on Dharitri Odia News.
ହିଞ୍ଜିଳିକାଟୁ,୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହି ଅମାନବୀୟ ଦୃଶ୍ୟ ଯାତ୍ରା ପେଣ୍ଡାଲରେ ପରିବେଷଣ ବେଳେ ଶତାଧିକ ଦର୍ଶକ ଦେଖି ମଜା ନେବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହି ଘଟଣାକୁ ନେଇ ଏବେ ପରିବେଶବିତ୍ ଓ ପଶୁପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଜୀବଜନ୍ତୁଙ୍କ ଉପରେ ନିଷ୍ଠୁରତା ଓ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
ପ୍ରକାଶ ଯେ, ଗତ ୨୪ତାରିଖରେ ହିଞ୍ଜିଳି ବ୍ଳକ ରାଳବ ଗାଁରେ କାଞ୍ଜିଅଁଳା ଯାତ୍ରା ମଞ୍ଚରେ ସାପ ଖେଳ ହୋଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏ ନେଇ ଏକ୍ସ(ଟୁଇଟର) ଯୋଗେ ପିସିସିଏଫ ୱାଇଲ୍ଡ ଲାଇଫ ନିଟକରେ ଅଭିଯୋଗ ହୋଇଛି। ଉକ୍ତ ଦିନ ଦୁଇଟି ଯାତ୍ରା ମଞ୍ଚରେ ପୌରାଣିକ ରାମାୟଣ ନାଟକ ହୋଇଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବାଦି ନାଟକ ମଞ୍ଚସ୍ଥ ହୋଇଥିଲା। ମ୍ୟାଜିକ ଶୋ’ରୁ ଆରମ୍ଭ ହୋଇ ଶେଷରେ ବିଷଧର ସାପଙ୍କୁ ନେଇ ମଞ୍ଚରେ ଖେଳ ହୋଇଥିଲା। ପରେ ଗୋଟିଏ ମଞ୍ଚରେ ଏକ ଜିଅନ୍ତା ଘୁଷୁରି ମାରି ଖାଇବା ମଧ୍ୟ ପ୍ରଦର୍ଶନ ହୋଇଥିବା ଅଭିଯୋଗ ହୋଇଛି।
ଏନେଇ ହିଞ୍ଜିଳିକାଟୁ ବନରକ୍ଷୀ ଘରମଣି ପାଣିଗ୍ରାହୀଙ୍କୁ ପଚାରିବାରୁ ଏହା ଏକ ଦୁଃଖଦାୟକ ଘଟଣା ବୋଲି କହିବା ସହ ଘଟଣାରେ ସମ୍ପୃକ୍ତ ଦୁଇ କଳାକାରଙ୍କୁ ଚିହ୍ନଟ କରାଯାଇଛି। ଦୁଇ କଳାକାର ଓ ନାଟକର ମ୍ୟାନେଜମେଣ୍ଟଙ୍କୁ ଡକାଯାଇ ପଚରାଉଚରା ଚାଲିଛି। ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
The post ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: ଭାଇରାଲ ପରେ ତେଜିଲା ବିବାଦ appeared first on Dharitri Odia News.