ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା ପାଇଁ ଉପଯୁକ୍ତ ସମୟ। ବର୍ତ୍ତମାନ ମୁଁ ମୋ ଜୀବନରେ କିଛି ନୂଆ ଖୋଜୁଛି। ସୋରା ବିଶ୍ୱରେ ମହିଳା ଅଧିକାର ପାଇଁ ଏକ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି। ଏତଦ ବ୍ୟତୀତ ଯେଉଁମାନେ ଏହି ଦିଗରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ସାହାଯ୍ୟ ଦିଆଯିବା ଉଚିତ୍‌। ପ୍ରସିଦ୍ଧ ବ୍ୟବସାୟୀ ବିଲ ଗେଟ୍ସଙ୍କ […] The post ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା appeared first on Dharitri Odia News.

ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା ପାଇଁ ଉପଯୁକ୍ତ ସମୟ। ବର୍ତ୍ତମାନ ମୁଁ ମୋ ଜୀବନରେ କିଛି ନୂଆ ଖୋଜୁଛି। ସୋରା ବିଶ୍ୱରେ ମହିଳା ଅଧିକାର ପାଇଁ ଏକ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି। ଏତଦ ବ୍ୟତୀତ ଯେଉଁମାନେ ଏହି ଦିଗରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ସାହାଯ୍ୟ ଦିଆଯିବା ଉଚିତ୍‌।
ପ୍ରସିଦ୍ଧ ବ୍ୟବସାୟୀ ବିଲ ଗେଟ୍ସଙ୍କ ସହ ଛାଡପତ୍ର ପରେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରୁ ଇସ୍ତଫା ନିଷ୍ପତ୍ତି ନେଇଛନ୍ତି ମେଲିଣ୍ଡ। ଏହି ପ୍ରସିଦ୍ଧ ଦମ୍ପତି ୨୦୨୧ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇସ୍ତଫା ଘୋଷଣା କରି ମେଲିଣ୍ଡା ଲେଖିଛନ୍ତି, ବହୁତ ଚିନ୍ତା କରିବା ପରେ ମୁଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ଏହି ଫାଉଣ୍ଡେସନ ସହିତ ମୋର ଶେଷ ଦିନ ଜୁନ ୭ ହେବ। ଏହି ନିଷ୍ପତ୍ତି ନେବା ସହଜ ନ ଥିଲା। କିନ୍ତୁ ଜୀବନରେ କଠିନ ନିଷ୍ପତ୍ତି ନେବାକୁ ପଡିବ। ଏହି ଫାଉଣ୍ଡେସନ ସହିତ କାମ କରିବା ଗର୍ବର ବିଷୟ। ଆମେ ଅନେକ ପ୍ରସଙ୍ଗରେ ଏକାଠି ଯୁଦ୍ଧ କରିଛୁ।
ସେ ଲେଖିଛନ୍ତି ଯେ ମୋର ଦଳ, ସାଥୀ ଏବଂ ଆମେ ଯେଉଁ ବ୍ୟକ୍ତିଙ୍କ ସହ କାମ କରିଥିଲୁ ସେମାନଙ୍କ ବିଷୟରେ ମୁଁ ଚିନ୍ତିତ। ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ମୋର ପୋଷ୍ଟ ଛାଡୁଛି। ମୁଁ ଅନୁଭବ କରୁଛି ଯେ ଫାଉଣ୍ଡେସନ ବର୍ତ୍ତମାନ ଏକ ଦୃଢ ସ୍ଥିତିରେ ଅଛି ଏବଂ ପ୍ରତ୍ୟେକ ଦାୟିତ୍ୱ ନେବାକୁ ସକ୍ଷମ। ଭବିଷ୍ୟତରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଜାରି ରହିବ। ମୁଁ ଫାଉଣ୍ଡେସନରୁ ୧୨.୫ ବିଲିୟନ ଡଲାର ପାଇବି। ଏହି ଟଙ୍କା ମହିଳାଙ୍କ ଅଧିକାର ପାଇଁ ଲଢିବା ପାଇଁ ବ୍ୟବହାର କରିବି।
ବିଲ ଗେଟ୍ସ କହିଛନ୍ତି ଯେ ମେଲିଣ୍ଡାଙ୍କ ଫାଉଣ୍ଡେସନ ଛାଡିବା ଦୁଃଖଦାୟକ। ମୁଁ ନିଶ୍ଚିତ ଯେ ସେ ସମାଜର ସ୍ବାର୍ଥରେ କାର୍ଯ୍ୟ ଜାରି ରଖିବେ। ବିଲ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସ୍ବାସ୍ଥ୍ୟସେବା ବୃଦ୍ଧି ଏବଂ ଦାରିଦ୍ର୍ୟ ଦୂରୀକରଣ ଦିଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଏତଦ ବ୍ୟତୀତ ଏହି ଫାଉଣ୍ଡେସନର ଲକ୍ଷ୍ୟ ମଧ୍ୟ ଲୋକମାନଙ୍କୁ ଶିକ୍ଷା ଏବଂ ଆଇଟି ଯୋଗାଇବା।

The post ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା appeared first on Dharitri Odia News.