ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି!
ବମ୍ବେ: ପୁଣି ଚର୍ଚ୍ଚାରେ ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍ ରେହମାନଙ୍କ ବ୍ୟକ୍ତିଗତ ଜୀବନ। କିଛିଦିନ ତଳେ ପତ୍ନୀ ସାଇରା ବାନୁଙ୍କ ସହ ୨୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ଆସିଥିଲା। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ଉଭୟ ଏକାଠି ହେବା ଜଣାପଡ଼ୁଛି। ରେହମାନଙ୍କ ସହ ଏକାଠି ହେବା ନେଇ ସାଇରାଙ୍କ ଓକିଲ ଏକ ବିବୃତ୍ତି ରଖିଛନ୍ତି। ଯାହା ଶୁଣି ପ୍ରଶଂସକ ଖୁସି ହୋଇଯାଇଛନ୍ତି। ସାଇରାଙ୍କ ଓକିଲ ବନ୍ଦନା ଶାହା […] The post ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି! appeared first on Dharitri Odia News.
ବମ୍ବେ: ପୁଣି ଚର୍ଚ୍ଚାରେ ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍ ରେହମାନଙ୍କ ବ୍ୟକ୍ତିଗତ ଜୀବନ। କିଛିଦିନ ତଳେ ପତ୍ନୀ ସାଇରା ବାନୁଙ୍କ ସହ ୨୯ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ଆସିଥିଲା। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ଉଭୟ ଏକାଠି ହେବା ଜଣାପଡ଼ୁଛି। ରେହମାନଙ୍କ ସହ ଏକାଠି ହେବା ନେଇ ସାଇରାଙ୍କ ଓକିଲ ଏକ ବିବୃତ୍ତି ରଖିଛନ୍ତି। ଯାହା ଶୁଣି ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ସାଇରାଙ୍କ ଓକିଲ ବନ୍ଦନା ଶାହା କହିଛନ୍ତି, ଏଯାଏ ଉଭୟଙ୍କ ମଧ୍ୟରେ ଆଲିମନି ନେଇ କୌଣସି ଆଲୋଚନା ହୋଇନାହିଁ। ମୁଁ ଜଣେ ଆଶାବାଦୀ ମଣିଷ। ରେହମାନ ଏବଂ ସାଇରା ଦେଇଥିବା ବିବୃତ୍ତିରେ ଯନ୍ତ୍ରଣା ସ୍ପଷ୍ଟ ବାରି ହୋଇପଡ଼ୁଛି। ସେମାନଙ୍କର ଅନେକ ବର୍ଷର ସମ୍ପର୍କ ରହିଛି। ଉଭୟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଖୁବ୍ ଭାବିଚିନ୍ତି ନେଇଛନ୍ତି। କିନ୍ତୁ ମୁଁ କହିନାହିଁ ଯେ ଆପୋଷ ବୁଝାମଣା ସମ୍ଭବ ନୁହେଁ।
ଏହି ବୟାନ ପରେ ସାଇରା ଏବଂ ରେହମାନ ସେମାନଙ୍କ ଛାଡ଼ପତ୍ର ନିଷ୍ପତ୍ତି ଉପରେ ପୁନଃବିଚାର କରିପାରନ୍ତି। ସେମାନେ ପୁଣି ଥରେ ଏକାଠି ହୋଇପାରନ୍ତି। ତେବେ ଏନେଇ ସାଇରା-ରେହମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
The post ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି! appeared first on Dharitri Odia News.