ଛାତ ପକାଇବା ପାଇଁ ଯାଉଥିଲେ, ୩ ଶ୍ରମିକଙ୍କ ଉପରେ ମାଡିଗଲା ବସ୍…

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣ ଶ୍ରମିକଙ୍କ ଉପରେ ମାଡିଗଲା ବସ୍। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା। ସୂଚନା ଅନୁଯାୟୀ, ଖଇରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ଛାତ ପଡ଼ିଥାନ୍ତା। ଏଥିପାଇଁ ୩ ଜଣ ଏକ ବାଇକ୍ ଯୋଗେ ରଡ଼ ବାଇଣ୍ଡିଙ୍ଗ […]

ଛାତ ପକାଇବା ପାଇଁ ଯାଉଥିଲେ, ୩ ଶ୍ରମିକଙ୍କ ଉପରେ ମାଡିଗଲା ବସ୍…
accident

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣ ଶ୍ରମିକଙ୍କ ଉପରେ ମାଡିଗଲା ବସ୍। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା।

ସୂଚନା ଅନୁଯାୟୀ, ଖଇରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ଛାତ ପଡ଼ିଥାନ୍ତା। ଏଥିପାଇଁ ୩ ଜଣ ଏକ ବାଇକ୍ ଯୋଗେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିଲେ। ଏହି ସମୟରେ ଭୋଳାନାଥ ନାମକ ଯାତ୍ରୀବାହୀ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ହୋଇଥିବା ବେଳେ ପିନୁ ଏବଂ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।