ଛାତିରେ ପଥର ରଖି ନିଜ ନାତୁଣୀକୁ ଅନ୍ୟ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା 

ପଦ୍ମପୁର(କେନ୍ୟୁଜ): ଅଲଗା ହୋଇଗଲେ ଜେଜେ ବାପା, ନାତୁଣୀ । ତୁଟିଗଲା ବର୍ଷ ବର୍ଷର ସମ୍ପର୍କ । ବାହୁନି ବାହୁନି କାନ୍ଦୁଥାଏ ନାତୁଣୀ ଏପଟେ ଲୁହକୁ ଓଠରେ ଚାପି କାନ୍ଦୁଥାଆନ୍ତି ଜେଜେବାପା । ଏ ଦୃଶ୍ୟ ଦେଖି ଅନ୍ତର ଫାଟି ପଡ଼ୁଥାଏ । ଜେଜେ ବାପା ଆଉ ନାତୁଣୀ ମୁହଁକୁ ଚାହିଁ ହେଉ ନଥାଏ । ଜଣେ ଜେଜେବାପା ଇଚ୍ଛା ନଥିଲେ ବି ଛାତିରେ ପଥର ରଖି ନିଜ ନାତୁଣୀକୁ ସରକାରଙ୍କ ହାତକୁ ଦାନ କରିଛନ୍ତି । ଦାରିଦ୍ର୍ୟ ଓ […] The post ଛାତିରେ ପଥର ରଖି ନିଜ ନାତୁଣୀକୁ ଅନ୍ୟ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା  appeared first on KNews Odisha.

ଛାତିରେ ପଥର ରଖି ନିଜ ନାତୁଣୀକୁ ଅନ୍ୟ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା 

ପଦ୍ମପୁର(କେନ୍ୟୁଜ): ଅଲଗା ହୋଇଗଲେ ଜେଜେ ବାପା, ନାତୁଣୀ । ତୁଟିଗଲା ବର୍ଷ ବର୍ଷର ସମ୍ପର୍କ । ବାହୁନି ବାହୁନି କାନ୍ଦୁଥାଏ ନାତୁଣୀ ଏପଟେ ଲୁହକୁ ଓଠରେ ଚାପି କାନ୍ଦୁଥାଆନ୍ତି ଜେଜେବାପା । ଏ ଦୃଶ୍ୟ ଦେଖି ଅନ୍ତର ଫାଟି ପଡ଼ୁଥାଏ । ଜେଜେ ବାପା ଆଉ ନାତୁଣୀ ମୁହଁକୁ ଚାହିଁ ହେଉ ନଥାଏ । ଜଣେ ଜେଜେବାପା ଇଚ୍ଛା ନଥିଲେ ବି ଛାତିରେ ପଥର ରଖି ନିଜ ନାତୁଣୀକୁ ସରକାରଙ୍କ ହାତକୁ ଦାନ କରିଛନ୍ତି । ଦାରିଦ୍ର୍ୟ ଓ ଅସହାୟତା ଅଲଗା କରିଦେଇଛି ଏଇ ଜେଜେବାପା ଆଉ ନାତୁଣୀକୁ। ଆଜି ସେ ବର୍ଷ ବର୍ଷର ସମ୍ପର୍କ ତୁଟାଇ ନିଜ ନାତୁଣୀକୁ ନୂଆ ବାପା, ମାଙ୍କ ହାତକୁ ଟେକି ଦେଉଛି ବୁଢା ଜେଜେବାପା । ଏଭଳି ଏକ ଦୁଃଖଦ ଘଟଣା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଶାଖାଡୁଙ୍ଗୁରି ଗାଁରୁ ସାମ୍ନାକୁ ଆସିଛି ।

ଜନ୍ମ ହେବା ପରଠୁ ପିତା ଦିବାକର ବନଛୋରର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ପରେ ମା ଉପାସୀ ବନଛୋରର ମାନସିକ ସନ୍ତୁଳନ ହରାଇ ବସିଥିଲେ । ମା’ ଉପାସୀ କୁଆଡେ ଚାଲିଯିବା ପରେ ବୋହୂର ଠିକଣା ପାଇନଥିଲେ ବୃଦ୍ଧ ଶଶୂର । ପରେ ନାତୁଣୀର ଲାଳନପାଳନ କରି ଆସୁଥିଲେ ଜେଜେ ବାପା, ଜେଜେ ମାଁ କିନ୍ତୁ ଯେତେବେଳେ ୭୭ ବର୍ଷୀୟ ମୁକୁନ୍ଦ ବନଛୋର ଅନୁଭବ କଲେ ଯେ ଏ ବୟସରେ ଆଉ ପାରିବେନି ସେତେବେଳ ନେଇଥିଲେ ଏଭଳି କିଛି ନିଷ୍ପତ୍ତି । କାରଣ ବୃଦ୍ଧ ଜଣଙ୍କ ଠିକ୍‌ରେ ଚାଲିବୁଲି ପାରୁନାହାଁନ୍ତି । ତା ପରେ ଉଭୟ ଜେଜେ ବାପା ମୁକୁନ୍ଦ ବନଛୋର ଏବଂ ଜେଜେ ମା ସିଲା ବନଛୋର ଶେଷରେ ନିଜର ଅସହାୟ ଜୀବନ ଉପରେ ଆଶା ଛାଡି ୯ ବର୍ଷର ନାତୁଣୀକୁ ସରକାରଙ୍କ ହାତରେ ଟେକି ଦେଇଥିଲେ ।

ମୁକୁନ୍ଦ ବନଛୋର ୭୩ ବର୍ଷିୟ ପତ୍ନୀ ଶିଲା ବନଛୋର ଓ ୯ ବର୍ଷିୟ ନାତୁଣୀଙ୍କୁ ନେଇ ରହୁଥିଲେ । ଏପଟେ ସ୍ତ୍ରୀ ପକ୍ଷାଘାତରେ ପିଡିତ । ନାତୁଣୀକୁ କିପରି ପାଳିବି ? ତାର ପାଠପଢା କେମିତି ହେବ ? ତାର ଭବିଷ୍ୟତ ଅନ୍ଧାର ହୋଇଯିବ । ଏ ସମସ୍ତ କଥା ଭାବି ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃଦ୍ଧ ଜଣଙ୍କ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଇଛନ୍ତି । ଆଉ ଜେଜେବାପା ମୁକୁନ୍ଦ କୋହଭରା କଣ୍ଠରେ କହିଛନ୍ତି, ପୁଅ ଦିବାକରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ବୋହୁ ପାଗେଳି ହୋଇଯାଇଥିଲା। ନିଜେ ପୂର୍ବରୁ କୁଲିମଜୁରି କରି ପାରୁଥିଲେ । ସେଥିରୁ ଯାହା ରୋଜଗାର କରୁଥିଲେ ସେଥିରେ ଛୋଟ ନାତୁଣୀ ଓ ପକ୍ଷାଘାତ ରୋଗରେ ପିଡିତ ପତ୍ନୀଙ୍କ ପେଟ ସେଥିରେ ଭରୁଥିଲା । ସାହାରା କହିଲେ ଭତ୍ତା ସହ ରାସନ ଖଣ୍ଡିକ ଏକମାତ୍ର ସାହାଭରସା । ହେଲେ ଏବେ ବୟସ ବଢିଗଲାଣି । ସ୍ୱଳ୍ପ ଭତ୍ତା ଟଙ୍କାରେ କେମିତି ନାତୁଣୀର ପାଠପଢା ହେବ ? ସେମାନଙ୍କ ମୃତ୍ୟୁ ପରେ କିଏ ନାତୁଣୀଙ୍କ ଯତ୍ନ ନେବ? ଏ କଥା ଗାଁ ଲୋକ ସବୁବେଳେ କହୁଥିଲେ । ଏଣୁ ଇଚ୍ଛା ନଥିଲେ ବି ସେ ସରକାରଙ୍କୁ ତାଙ୍କ ନାତୁଣୀଙ୍କୁ ଟେକି ଦେଇଛନ୍ତି ବୋଲି କହିଛନ୍ତି ।

The post ଛାତିରେ ପଥର ରଖି ନିଜ ନାତୁଣୀକୁ ଅନ୍ୟ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା  appeared first on KNews Odisha.