ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ
ପୁରୀ: ଜଣେ ଛାତ୍ରକୁ ଭଡ଼ା ଘରୁ ଜଙ୍ଗଲକୁ ଟେକିନେଇ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଜେଲ୍ ଯିବାକୁ ପଡିଛି। ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି। ଜେଲ୍ ଯାଇଥିବା ଅଭିଯୁକ୍ତମାନେ ହେଲେ ଅସ୍ତରଙ୍ଗର ଓମ୍ପ୍ରକାଶ ଓଝା, ଜଗତ୍ସିଂହପୁରର ପ୍ରୀତିରଞ୍ଜନ ମଲ୍ଲ ଏବଂ ସାକ୍ଷୀଗୋପାଳର ଦୁର୍ଗାପ୍ରସାଦ ବାରିକ। ସୂଚନାଥାଉ କି, ଅସ୍ତରଙ୍ଗ ଥାନା ବରାଙ୍ଗ ଗ୍ରାମର ଅରୁଣ କୁମାର ମହାନ୍ତିଙ୍କ ପୁଅ ଦିବ୍ୟଜ୍ୟୋତି ବ୍ରହ୍ମଗିରିସ୍ଥିତ ପଲିଟେକ୍ନିକ କଲେଜରେ ପଢୁଛନ୍ତି। ଗତ ବୁଧବାର ବିଳମ୍ବିତ […]

ପୁରୀ: ଜଣେ ଛାତ୍ରକୁ ଭଡ଼ା ଘରୁ ଜଙ୍ଗଲକୁ ଟେକିନେଇ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଜେଲ୍ ଯିବାକୁ ପଡିଛି। ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି। ଜେଲ୍ ଯାଇଥିବା ଅଭିଯୁକ୍ତମାନେ ହେଲେ ଅସ୍ତରଙ୍ଗର ଓମ୍ପ୍ରକାଶ ଓଝା, ଜଗତ୍ସିଂହପୁରର ପ୍ରୀତିରଞ୍ଜନ ମଲ୍ଲ ଏବଂ ସାକ୍ଷୀଗୋପାଳର ଦୁର୍ଗାପ୍ରସାଦ ବାରିକ। ସୂଚନାଥାଉ କି, ଅସ୍ତରଙ୍ଗ ଥାନା ବରାଙ୍ଗ ଗ୍ରାମର ଅରୁଣ କୁମାର ମହାନ୍ତିଙ୍କ ପୁଅ ଦିବ୍ୟଜ୍ୟୋତି ବ୍ରହ୍ମଗିରିସ୍ଥିତ ପଲିଟେକ୍ନିକ କଲେଜରେ ପଢୁଛନ୍ତି।
ଗତ ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଦିବ୍ୟଜ୍ୟୋତିଙ୍କୁ ତାଙ୍କ ଭଡ଼ା ଘରୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇଥିଲେ। ଡ୍ରେସ୍ ଖୋଲି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ହରଚଣ୍ଡୀ ମନ୍ଦିର ନିକଟକୁ ନେଇଥିବା ବେଳେ କୌଣସି ପ୍ରକାରେ ଅଭିଯୁକ୍ତଙ୍କ କବଳରୁ ସେ ଖସି ଆସିଥିଲେ। ଭଡ଼ା ଘରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ଦିବ୍ୟଜ୍ୟୋତିଙ୍କୁ ଦୁଇଦିନ ହେବ ଗୋଟିଏ ଘରେ ପୂରାଇ ରଖିଥିଲେ। ସେ ଦୁଇଦିନ ହେବ କିଛି ଖାଇ ନ ଥିଲେ। ଘର ମାଲିକ ତାଙ୍କ ବାପାଙ୍କୁ ଖବର ଦେବା ପରେ ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଥିଲା।