ଛାତ୍ରଛାତ୍ରୀଙ୍କ ଠାରୁ ୨୫୦ କୋଟି ଟଙ୍କା ଠକିଛି 'FIITJEE': ରେଡ୍‌ ପରେ ଇଡିର ଖୁଲାସା

ନୂଆଦିଲ୍ଲୀ: ହଜାର ହଜାର ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଛି ଦେଶର ପ୍ରମୁଖ ଇଂଜିନିୟରିଂ କୋଚିଂ ସଂସ୍ଥାନ FIITJEE କୋଚିଂ ପ୍ରତିଷ୍ଠାନ। ବିଭିନ୍ନ ସ୍ଥାନରୁ ଚଢ଼ଉ ପରେ ୧୦ ଲକ୍ଷ ନଗଦ ଟଙ୍କା, ୪.୮୯ କୋଟି ଟଙ୍କାର ଅଳଙ୍କାର ଏବଂ ଅନେକ ସନ୍ଦିଗ୍ଧ କାଗଜପତ୍ର ଜବତ କରିଛି ଇଡି।ତଦନ୍ତରୁ ଜଣାପଡିଛି ଯେ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀଙ୍କଠାରୁ ୪ ବର୍ଷର ପାଠ୍ୟକ୍ରମ ପାଇଁ ୨୫୦ କୋଟି ଟଙ୍କା ଆଦାୟ କରିବା ପରେ କୋଚିଂ ଅପରେଟରମାନେ ଜାନୁଆରୀ ମାସରେ ଅନେକ ସହରରେ ସେମାନଙ୍କର କେନ୍ଦ୍ରଗୁଡ଼ିକୁ ହଠାତ୍ ବନ୍ଦ କରିଦେଇଥିଲେ।ଏହା ପରେ, ଅଭିଭାବକମାନେ ଲକ୍ଷ୍ନୌ, ନୋଏଡା, ଦିଲ୍ଲୀ, ଭୋପାଳ ଇତ୍ୟାଦି ସହରରେ କୋଚିଂ ଅପରେଟରମାନଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଇଡି ତଦନ୍ତରୁ ଜଣାପଡିଛି ଯେ କୋଚିଂ ଅପରେଟରମାନେ ୨୫୦ କୋଟି ଟଙ୍କାର ଠକେଇ କରିଛନ୍ତି। ପ୍ରକାଶଥାଉକି ଗୁରୁବାର ଇଡି ଦିଲ୍ଲୀ, ନୋଏଡା, ଗୁରୁଗ୍ରାମରେ ଥିବା କୋଚିଂ ଇନଷ୍ଟିଚ୍ୟୁଟର ୮ଟି ସ୍ଥାନରେ ଚଢାଉ କରିଥିଲା। ଛାତ୍ରମାନଙ୍କର ପଞ୍ଜିକରଣ ଏବଂ ସେମାନଙ୍କର ଫି ଟଙ୍କା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବିଷୟରେ ଠୋସ୍ ସୁରାକ ସଂଗ୍ରହ କରିଥିଲା। ଇଡି ଡିକେ ଗୋୟଲଙ୍କ ବୟାନ ମଧ୍ୟ ରେକର୍ଡ କରିଛି। କୋଚିଂ ସଂସ୍ଥାଗୁଡ଼ିକ ସେମାନଙ୍କ ଶିକ୍ଷକମାନଙ୍କୁ ଦରମା ମଧ୍ୟ ଦେଇ ନଥିଲେ ଏବଂ ଗାଜିଆବାଦ, ଲକ୍ଷ୍ନୌ, ମ

ଛାତ୍ରଛାତ୍ରୀଙ୍କ ଠାରୁ ୨୫୦ କୋଟି ଟଙ୍କା ଠକିଛି 'FIITJEE': ରେଡ୍‌ ପରେ ଇଡିର ଖୁଲାସା

ନୂଆଦିଲ୍ଲୀ: ହଜାର ହଜାର ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଛି ଦେଶର ପ୍ରମୁଖ ଇଂଜିନିୟରିଂ କୋଚିଂ ସଂସ୍ଥାନ FIITJEE କୋଚିଂ ପ୍ରତିଷ୍ଠାନ। ବିଭିନ୍ନ ସ୍ଥାନରୁ ଚଢ଼ଉ ପରେ ୧୦ ଲକ୍ଷ ନଗଦ ଟଙ୍କା, ୪.୮୯ କୋଟି ଟଙ୍କାର ଅଳଙ୍କାର ଏବଂ ଅନେକ ସନ୍ଦିଗ୍ଧ କାଗଜପତ୍ର ଜବତ କରିଛି ଇଡି।

ତଦନ୍ତରୁ ଜଣାପଡିଛି ଯେ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀଙ୍କଠାରୁ ୪ ବର୍ଷର ପାଠ୍ୟକ୍ରମ ପାଇଁ ୨୫୦ କୋଟି ଟଙ୍କା ଆଦାୟ କରିବା ପରେ କୋଚିଂ ଅପରେଟରମାନେ ଜାନୁଆରୀ ମାସରେ ଅନେକ ସହରରେ ସେମାନଙ୍କର କେନ୍ଦ୍ରଗୁଡ଼ିକୁ ହଠାତ୍ ବନ୍ଦ କରିଦେଇଥିଲେ।

ଏହା ପରେ, ଅଭିଭାବକମାନେ ଲକ୍ଷ୍ନୌ, ନୋଏଡା, ଦିଲ୍ଲୀ, ଭୋପାଳ ଇତ୍ୟାଦି ସହରରେ କୋଚିଂ ଅପରେଟରମାନଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଇଡି ତଦନ୍ତରୁ ଜଣାପଡିଛି ଯେ କୋଚିଂ ଅପରେଟରମାନେ ୨୫୦ କୋଟି ଟଙ୍କାର ଠକେଇ କରିଛନ୍ତି। 

ପ୍ରକାଶଥାଉକି ଗୁରୁବାର ଇଡି ଦିଲ୍ଲୀ, ନୋଏଡା, ଗୁରୁଗ୍ରାମରେ ଥିବା କୋଚିଂ ଇନଷ୍ଟିଚ୍ୟୁଟର ୮ଟି ସ୍ଥାନରେ ଚଢାଉ କରିଥିଲା। ଛାତ୍ରମାନଙ୍କର ପଞ୍ଜିକରଣ ଏବଂ ସେମାନଙ୍କର ଫି ଟଙ୍କା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବିଷୟରେ ଠୋସ୍ ସୁରାକ ସଂଗ୍ରହ କରିଥିଲା। 

ଇଡି ଡିକେ ଗୋୟଲଙ୍କ ବୟାନ ମଧ୍ୟ ରେକର୍ଡ କରିଛି। କୋଚିଂ ସଂସ୍ଥାଗୁଡ଼ିକ ସେମାନଙ୍କ ଶିକ୍ଷକମାନଙ୍କୁ ଦରମା ମଧ୍ୟ ଦେଇ ନଥିଲେ ଏବଂ ଗାଜିଆବାଦ, ଲକ୍ଷ୍ନୌ, ମିରଟ, ନୋଏଡା, ପ୍ରୟାଗରାଜ, ଦିଲ୍ଲୀ, ଭୋପାଳ, ଗ୍ୱାଲିୟର, ଇନ୍ଦୋର, ଫରିଦାବାଦ, ଗୁରୁଗ୍ରାମ, ମୁମ୍ବାଇ ଇତ୍ୟାଦିରେ ଥିବା ୩୨ଟି କୋଚିଂ ସେଣ୍ଟରକୁ ହଠାତ୍ ବନ୍ଦ କରିଦେଲେ, ଯାହା ଫଳରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଲେ।