ଛାତ୍ରାବାସରୁ ୪ର୍ଥଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ:ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ରାୟଗଡ଼ା/କାଶୀପୁର/ଟିକିରି,୯।୧୧ (ଆଶିଷ ରଞ୍ଜନ ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା) ରାୟଗଡ଼ା ଜିଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଛାତ୍ର ହେଲେ ଖଗେଶ୍ୱର ଝୋଡ଼ିଆ(୧୦)। ଖଗେଶ୍ୱର କାଶୀପୁର ବ୍ଲକ ଖୁରିଗାଁ ଗ୍ରାମର କୁନା ଝୋଡ଼ିଆଙ୍କ ପୁଅ। ଛାତ୍ରଙ୍କୁ ହତ୍ୟାକରି ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହା ହତ୍ୟା ନା ଆମତ୍ହତ୍ୟା ବ୍ୟବଚ୍ଛେଦ […] The post ଛାତ୍ରାବାସରୁ ୪ର୍ଥଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ:ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ appeared first on Dharitri Odia News.

ଛାତ୍ରାବାସରୁ ୪ର୍ଥଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ:ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ରାୟଗଡ଼ା/କାଶୀପୁର/ଟିକିରି,୯।୧୧ (ଆଶିଷ ରଞ୍ଜନ ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା)
ରାୟଗଡ଼ା ଜିଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଛାତ୍ର ହେଲେ ଖଗେଶ୍ୱର ଝୋଡ଼ିଆ(୧୦)। ଖଗେଶ୍ୱର କାଶୀପୁର ବ୍ଲକ ଖୁରିଗାଁ ଗ୍ରାମର କୁନା ଝୋଡ଼ିଆଙ୍କ ପୁଅ। ଛାତ୍ରଙ୍କୁ ହତ୍ୟାକରି ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହା ହତ୍ୟା ନା ଆମତ୍ହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଜଣାପଡ଼ିବ ବୋଲି ରାୟଗଡ଼ା ଏସ୍‌ଡିପିଓ ରଶ୍ମିରଞ୍ଜନ ସେନାପତି କହିଛନ୍ତି। ଏ ନେଇ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଦାସଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଦେବାକୁ ଜିଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ଓ ପୋଲିସ ଉଭୟ ମନା କରିଥିବା ସେ କହିଛନ୍ତି। ତେବେ ଚତୁର୍ଥ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିବା ଘଟଣାକୁ ସାଧାରଣରେ ସହଜରେ ବିଶ୍ୱାସ କରାଯାଇପାରୁନାହିଁ।
ଖଗେଶ୍ୱର ଶୁକ୍ରବାର ସକାଳୁ ଜଣେ ସହପାଠୀ ସହ ବାହାରକୁ ଜଳଖିଆ ଖାଇବାକୁ ଯାଇଥିଲେ। ଏହାପରେ ହଷ୍ଟେଲକୁ ଫେରି ସେ ଆଉ କ୍ଲାସ୍‌କୁ ଯାଇ ନ ଥିଲେ। ସାଙ୍ଗମାନେ କ୍ଲାସ୍‌କୁ ଯିବା ପାଇଁ ଡାକିବାରୁ ଦାନ୍ତ ବଥା ହେଉଥିବା କହି ସ୍କୁଲକୁ ଯାଇ ନ ଥିଲେ। ଏହାର କିଛି ସମୟ ପରେ ମଧ୍ୟାହ୍ନଭୋଜନ ସମୟରେ ପିଲାମାନେ ହଷ୍ଟେଲକୁ ଆସିବା ପରେ ଖଗେଶ୍ୱରଙ୍କ ମୃତଦେହ ଖଟରେ ଲାଗିଥିବା ମଶାରି ଫ୍ରେମ୍‌ର ଲୁହା ଛଡ଼ରେ ଟାୱାଲରେ ଝୁଲୁଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଘଟଣା ବିଷୟରେ ପୋଲିସ ଓ ପରିବାରବର୍ଗଙ୍କୁ ସୂଚନା ଦେଇଥିଲେ। ପରିବାରବର୍ଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ତେବେ ପୋଲିସ ପହଞ୍ଚତ୍ବା ବେଳକୁ ସ୍କୁଲ କର୍ତ୍ତୃପକ୍ଷ ମୃତଦେହ ବାହାର କରି ଖଟ ଉପରେ ରଖିଥିବା ଦେଖିବାକୁ ପାଇଥିଲା। ଖବର ଲେଖାଯିବା ବେଳକୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ପହଞ୍ଚତ୍ବା ଆଗରୁ ସ୍କୁଲ କର୍ତ୍ତୃପକ୍ଷ କାହିଁକି ତରବରିଆ ଭାବେ ଝୁଲନ୍ତା ମୃତଦେହକୁ ଓହ୍ଲାଇ ଦେଇଥିଲେ ତାହା ତଦନ୍ତ ସାପେକ୍ଷ। ଖଗେଶ୍ୱରଙ୍କ ପିତା କୁନା କହିଛନ୍ତି, ତାଙ୍କ ପୁଅ ଘରେ ଦଶହରା ଓ ଦୀପାବଳି ପର୍ବ ଖୁସିର ସହ ପାଳନ କରି ଛୁଟି ଅବଧି ପରେ ସ୍କୁଲକୁ ଫେରିଥିଲେ। ଅନ୍ୟପଟେ ଖଗେଶ୍ୱର ସ୍କୁଲରେ ନ ରହି ଘରକୁ ଫେରିଯିବାକୁ ଚାହୁଁଥିଲେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ବୋଲି କୁହାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ଦାୟିତ୍ୱହୀନତା କାରଣରୁ ଖଗେଶ୍ୱରଙ୍କ ଜୀବନ ଚାଲିଯାଇଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଗତ ଦିନରେ ଜିଲାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ପିଲାମାନେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ନଜିର ରହିଛି।

The post ଛାତ୍ରାବାସରୁ ୪ର୍ଥଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ:ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ appeared first on Dharitri Odia News.