୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ, ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ।  କଟକ, ଭୁବନେଶ୍ବର, ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଢେଙ୍କାନାଳରେ କାଳବୈଶାଖୀ ପାଇଁ କିଛି ସ୍ଥାନରେ ଗଛ ଉପୁଡିଛି । ଝୁମ୍ପୁଡି ଘର ଉପରେ ଗଛ ପଡିବାରୁ ଗୋଟିଏ ପରିବାରର ୩ ଜଣ ଅଳ୍ପକେ ବର୍ତ୍ତିଛନ୍ତି । ଆସନ୍ତା ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି।କାଳବୈଶାଖୀ ପ୍ରଭାବରେ ଭିଜିଲା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ଲାଗି ରହିଛି । କେଉଁଠି ଝିପିଝିପ୍ ତ ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷାରେ ଭିଜିଛି ସହର ।  ସୋମବାର ଭୁବନେଶ୍ବରରେ ରାତିରେ ହଠାତ୍ ମେଘ ଘୋଟାଇ ଆସିବା ସହ ଘୁର୍ଣ୍ଣି ଝଡ଼ ସୃଷ୍ଟି ହୋଇଥିଲା। କେତେକ ସ୍ଥାନରେ ଗଛ ଡ଼ାଳ ଭାଙ୍ଗିଥିବା ବେଳେ କେତେକ ସ୍ଥାନରେ ସାଇନ୍ ବୋର୍ଡ ଉପୁଡିଛି। କାଳବୈଶାଖୀର ପ୍ରଭାବରେ ସୋମବାର ରାତିରୁ ଢେଙ୍କାନାଳରେ ମଧ୍ୟ ପାଗ କୋହଲା ରହିଛି। ସମୟ ସମୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ମଝିରେ ମଝିରେ ପବନର ବେଗ ଟିକିଏ ବଢି ଯାଉଛି। ଢେଙ୍କାନାଳ ସହରର ଦେଉଳସାହି ଅଞ୍ଚଳରେ ଏକ ବିରାଟ ଗଛ ଉପୁଡି ପଡି ଏକ ଝୋମ୍ପଡି ଘରେ ପଡିବାରୁ ଘରଟ

୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ, ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ।  କଟକ, ଭୁବନେଶ୍ବର, ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଢେଙ୍କାନାଳରେ କାଳବୈଶାଖୀ ପାଇଁ କିଛି ସ୍ଥାନରେ ଗଛ ଉପୁଡିଛି । ଝୁମ୍ପୁଡି ଘର ଉପରେ ଗଛ ପଡିବାରୁ ଗୋଟିଏ ପରିବାରର ୩ ଜଣ ଅଳ୍ପକେ ବର୍ତ୍ତିଛନ୍ତି । ଆସନ୍ତା ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି।

କାଳବୈଶାଖୀ ପ୍ରଭାବରେ ଭିଜିଲା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ଲାଗି ରହିଛି । କେଉଁଠି ଝିପିଝିପ୍ ତ ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷାରେ ଭିଜିଛି ସହର ।  ସୋମବାର ଭୁବନେଶ୍ବରରେ ରାତିରେ ହଠାତ୍ ମେଘ ଘୋଟାଇ ଆସିବା ସହ ଘୁର୍ଣ୍ଣି ଝଡ଼ ସୃଷ୍ଟି ହୋଇଥିଲା। କେତେକ ସ୍ଥାନରେ ଗଛ ଡ଼ାଳ ଭାଙ୍ଗିଥିବା ବେଳେ କେତେକ ସ୍ଥାନରେ ସାଇନ୍ ବୋର୍ଡ ଉପୁଡିଛି। 

କାଳବୈଶାଖୀର ପ୍ରଭାବରେ ସୋମବାର ରାତିରୁ ଢେଙ୍କାନାଳରେ ମଧ୍ୟ ପାଗ କୋହଲା ରହିଛି। ସମୟ ସମୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ମଝିରେ ମଝିରେ ପବନର ବେଗ ଟିକିଏ ବଢି ଯାଉଛି। ଢେଙ୍କାନାଳ ସହରର ଦେଉଳସାହି ଅଞ୍ଚଳରେ ଏକ ବିରାଟ ଗଛ ଉପୁଡି ପଡି ଏକ ଝୋମ୍ପଡି ଘରେ ପଡିବାରୁ ଘରଟି ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଏହି ଘରେ ଥିବା ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଢେଙ୍କାନାଳ ଦମକଳ ବାହିନୀ ପହଞ୍ଚି କଟରରେ ଗଛ କାଟି ଲୋକଙ୍କୁ ଉଦ୍ଧାର କରିଛି ।  ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଅନୁଭୁତ ହେଉଥିବା ବେଲେ ବାକି ସ୍ଥାନରେ ପାଗ ମେଘୁଆ ରହିଛି। 

ପାଣିପାଗ ବିଭାଗ କହିଛି ବାୟୁମଣ୍ଡଳରେ ମଧ୍ୟ ଓ ନିମ୍ନ ଚାପରେଖା ପାଇଁ ଗୁରୁଚପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଜଳୀୟ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହୋଇ ଏଭଳି ପାଗ ସୃଷ୍ଟି କରୁଛି । ଆଗାମୀ ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପାଇଁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ସେଥିପାଇଁ ଚାଷୀ ଭାଇମାନଙ୍କୁ ମଧ୍ୟ ଆଲର୍ଟ କରିଛି ପାଣିପାଗ ବିଭାଗ।

ଆସନ୍ତା ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ । କାଳବୈଶାଖୀ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଯାଜପୁର ସହରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।