ନିର୍ବାଚନୀ ପ୍ରସ୍ତୁତି, କଡ଼ା ସୁରକ୍ଷାରେ ବିଭିନ୍ନ ସ୍ଥାନକୁ ଯାଉଛି ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍
ଖୋର୍ଦ୍ଧା ୧୦।୦୪ : ୨୦୨୪ ନିର୍ବାଚନ ପ୍ରସ୍ତୁତି । ସାଧାରଣ ସହ ବିଧାନସଭା ନିର୍ବାଚନ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡ଼ା ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନକୁ ପଠାଇଛି ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ । ଖବର ଅନୁଯାୟୀ, ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୭ ନିର୍ବାଚନମଣ୍ଡଳୀ ଯଥା ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ଜୟଦେବ, ଭୁବନେଶ୍ୱର-ଏକାମ୍ର, ଭୁବନେଶ୍ୱର-ମଧ୍ୟ, ଭୁବନେଶ୍ୱର-ଉତ୍ତର ଏବଂ ସେହିପରି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର ମୋଟ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥ୍ ସ୍ତରୀୟ ଇଭିଏମ୍ ଓ ଭିଭିପାଟ ମେସିନ୍ ନିର୍ଦ୍ଧାରିତ ସ୍ଥାନକୁ କଣ୍ଟେନର ମାଧ୍ୟମରେ ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଖୋର୍ଦ୍ଦା ଜିଲ୍ଲା ଓ୍ୱେର ହାଉସ୍ ଠାରେ ମେସିନ୍ ରହିବ । ସେହିପରି ଚିଲିକା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଜଟଣୀ ସମେତ ଜଗଦେବ, ଭୁବନେଶ୍ୱର ତିନି ନିର୍ବାଚନମଣ୍ଡଳୀ ମୋଟ ୫ ନିର୍ବାଚନ ମଣ୍ଡଳୀର ଇଭିଏମ ଭିଭିପାଟ ରହିବ। କଡା ସୁରକ୍ଷା ବଳୟ ଭିତରେ ରିଟର୍ଣ୍ଣ ଅଫିସରଙ୍କ ଉପସ୍ଥିତିରେ ୬ ନିର୍ବାଚନ ମଣ୍ଡଳୀର ଏହି ମେସିନ ସ୍ଥାନାନ୍ତର ଚାଲିଛି। ମେସିନ ପହଞ୍ଚିବା ପରେ ଏହା ପୋଲିସ ସୁରକ୍ଷା ବଳୟରେ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସୂଚନା ଦେଇଛନ୍ତି।
ଖୋର୍ଦ୍ଧା ୧୦।୦୪ : ୨୦୨୪ ନିର୍ବାଚନ ପ୍ରସ୍ତୁତି । ସାଧାରଣ ସହ ବିଧାନସଭା ନିର୍ବାଚନ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡ଼ା ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନକୁ ପଠାଇଛି ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ।

ଖବର ଅନୁଯାୟୀ, ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୭ ନିର୍ବାଚନମଣ୍ଡଳୀ ଯଥା ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ଜୟଦେବ, ଭୁବନେଶ୍ୱର-ଏକାମ୍ର, ଭୁବନେଶ୍ୱର-ମଧ୍ୟ, ଭୁବନେଶ୍ୱର-ଉତ୍ତର ଏବଂ ସେହିପରି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର ମୋଟ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥ୍ ସ୍ତରୀୟ ଇଭିଏମ୍ ଓ ଭିଭିପାଟ ମେସିନ୍ ନିର୍ଦ୍ଧାରିତ ସ୍ଥାନକୁ କଣ୍ଟେନର ମାଧ୍ୟମରେ ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଖୋର୍ଦ୍ଦା ଜିଲ୍ଲା ଓ୍ୱେର ହାଉସ୍ ଠାରେ ମେସିନ୍ ରହିବ ।

ସେହିପରି ଚିଲିକା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଜଟଣୀ ସମେତ ଜଗଦେବ, ଭୁବନେଶ୍ୱର ତିନି ନିର୍ବାଚନମଣ୍ଡଳୀ ମୋଟ ୫ ନିର୍ବାଚନ ମଣ୍ଡଳୀର ଇଭିଏମ ଭିଭିପାଟ ରହିବ। କଡା ସୁରକ୍ଷା ବଳୟ ଭିତରେ ରିଟର୍ଣ୍ଣ ଅଫିସରଙ୍କ ଉପସ୍ଥିତିରେ ୬ ନିର୍ବାଚନ ମଣ୍ଡଳୀର ଏହି ମେସିନ ସ୍ଥାନାନ୍ତର ଚାଲିଛି। ମେସିନ ପହଞ୍ଚିବା ପରେ ଏହା ପୋଲିସ ସୁରକ୍ଷା ବଳୟରେ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସୂଚନା ଦେଇଛନ୍ତି।