ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୩ା୧୨(ଦୁର୍ଗା କୀର୍ତ୍ତି): ଛାତ୍ରୀ ନିବାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗାଡିକୁ ଅଟକ ରଖାଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ପରିଚାଳିକାଙ୍କ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ସ୍ଥିତ କସ୍ତୁରବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ହଷ୍ଟେଲ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ଗୁଡିକୁ ନେଇ ସୋମବାର ଦିନ ଦ୍ବିପ୍ରହରେ […] The post ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ appeared first on Dharitri Odia News.

ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୩ା୧୨(ଦୁର୍ଗା କୀର୍ତ୍ତି): ଛାତ୍ରୀ ନିବାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗାଡିକୁ ଅଟକ ରଖାଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ପରିଚାଳିକାଙ୍କ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ସ୍ଥିତ କସ୍ତୁରବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ହଷ୍ଟେଲ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ଗୁଡିକୁ ନେଇ ସୋମବାର ଦିନ ଦ୍ବିପ୍ରହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ସାହୁ କିଛି ଗାଡିର ଡିକ୍କିରେ ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଅଟକ ରଖାଯାଇଥିବା ସୂଚନା ମିଳିଛି।

ହଷ୍ଟେଲରେ ଛାତ୍ରୀ ମାନଙ୍କ ରନ୍ଧା ଖାଦ୍ୟ ପାଇଁ ଆସିଥିବା ଅଣ୍ଡା ୫ କାଟୁନ,ପିଆଜ ୨ ବସ୍ତା, ଆଳୁ ୩ ବସ୍ତା, ଡାଲି, ତେଲ ଏବଂ ବିଭିନ୍ନ ମସଲା ଜାତୀୟ ଦ୍ରବ୍ୟ ଉକ୍ତ କିଛି କାର୍ ଗାଡ଼ିରେ ବୋଝେଇ ହେଇ ହଷ୍ଟେଲ ପରିସରରୁ ବାହାରିଥିଲା। ଯେହେତୁ ବର୍ତ୍ତମାନ ଛୁଟି ଥିବା ହେତୁ ହଷ୍ଟେଲର ସମସ୍ତ ଛାତ୍ରୀ ନିଜ ନିଜ ଘରକୁ ଯାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିକୁ ନ ଜଣାଇ ପ୍ରଧାନ ଶିକ୍ଷକ ସମସ୍ତ ଜିନିଷ ନେଉଥିବା ବେଳେ ଗ୍ରାମବାସୀ ତଥା କମିଟିର ସଦସ୍ୟ ମାନେ ଘଟଣାକୁ ସନ୍ଦେହରେ ନେଇଥିଲେ।ହଷ୍ଟେଲରୁ ଗାଡି ବାହାରି ଯାଉଥିବା ବେଳେ ଗ୍ରାମର ସ୍ବେଚ୍ଛାସେବୀ ସଂଗଠନର ମହିଳା ଏବଂ ଗ୍ରାମବାସୀ ମାନେ ଗାଡିକୁ ଅଟକାଇଥିଲେ।

କିନ୍ତୁ ଚତୁରତା ଦେଖାଇ ସେମାନଙ୍କ ଠାରୁ ଚମ୍ପଟ ମାରିଥିଲା।ଫଳରେ ସନ୍ଦେଶ ଦୃଢିଭୁତ ହେଇଥିଲା। ଗାଡିକୁ ପିଛା କରି କର୍ଲାପାଟ ଅଭୟାରଣ୍ୟର ଜାକମ୍ ନିକଟରେ ଗାଡିକୁ ଅଟକାଇଥିଲେ। ଯେହେତୁ ଛୁଟି ଥିବା ଯୋଗୁଁ ଉକ୍ତ ସାମଗ୍ରୀ ଗୁଡିକ ନଷ୍ଟ ହେବାର ସମ୍ଭାବନା ଥିବାରୁ ଏଗୁଡିକୁ କୌଣସି ଏକ ଦୋକାନରେ ଦେଇ ପୁଣି ଛୁଟିପରେ ଅଣାଯିବା ଉଦ୍ଦେଶ୍ୟ ରହିଥିଲା ବୋଲି ପ୍ରଧାନ ଶିକ୍ଷକ ସଫେଇ ଦେଇଥିଲେ। ଯଦି ଏଭଳି ଉଦ୍ଦେଶ୍ୟ ରହିଥିଲା ତେବେ ଏଭଳି ଗ୍ରାମବାସୀଙ୍କ ଠାରୁ କାହିଁକି ଫେରାର୍ ମାରିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ ଯେ କିଆପଦର ସ୍ଥିତ କସ୍ତୁରବା ବାଳିକା ଛାତ୍ରୀ ନିବାସରେ ଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ସହିତ ବିଭିନ୍ନ ଅବ୍ୟବସ୍ଥାର ଅଭିଯୋଗ ନେଇ ନିକଟରେ ଉକ୍ତ ହଷ୍ଟେଲର ଛାତ୍ରୀ ମାନେ ଜିଲା ପ୍ରଶାସନ ପାଖକୁ ଦୀର୍ଘ ୩୦ କି:ମି ଚାଲିଚାଲି ଯାଇଥିଲେ। ଯାହା ଶିକ୍ଷା ବିଭାଗକୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ପୁଣି ସେହି ବିଦ୍ୟାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ ବିଭିନ୍ନ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କି ମାରୁଥିବା ଜଣାପଡିଛି।

The post ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ appeared first on Dharitri Odia News.