ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ପିକଅପ୍ ଭ୍ୟାନ୍
କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟରୁ ଜୁନାଗଡ଼ ଆସୁ୍ଥିବା ଏକ ପିକଅପ୍ ଭ୍ୟାନ୍( ଓଡି ୧୦ ଏସ୍-୦୦୫୪) ୨୬ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମ ଡୁମେର ବନ୍ଧ ନିକଟରେ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇ ଚାଷ ଜମିରେ ଓଲଟି ପଡିଛି। ହେଲେ ଦୁର୍ଘଟଣାରେ ଗାଡି ଡ୍ରାଇଭର ରଞ୍ଜନ ନାଏକ ଓ ହେଲ୍ପର ଦିପୁନ ଯାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଆମପାଣି ଥାନା ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡିକୁ […] The post ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ପିକଅପ୍ ଭ୍ୟାନ୍ appeared first on Dharitri Odia News.
କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟରୁ ଜୁନାଗଡ଼ ଆସୁ୍ଥିବା ଏକ ପିକଅପ୍ ଭ୍ୟାନ୍( ଓଡି ୧୦ ଏସ୍-୦୦୫୪) ୨୬ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମ ଡୁମେର ବନ୍ଧ ନିକଟରେ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇ ଚାଷ ଜମିରେ ଓଲଟି ପଡିଛି। ହେଲେ ଦୁର୍ଘଟଣାରେ ଗାଡି ଡ୍ରାଇଭର ରଞ୍ଜନ ନାଏକ ଓ ହେଲ୍ପର ଦିପୁନ ଯାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଖବର ପାଇ ଆମପାଣି ଥାନା ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡିକୁ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିଲେ। ତେବେ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଡ୍ରାଇଭରଙ୍କ କହିବା ଅନୁଯାୟୀ, ରାସ୍ତାରେ କେତେଜଣ ଛାତ୍ରୀ ସାଇକେଲରେ ସ୍କୁଲ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଗାଡିକୁ ସାଇଡ଼ ଦେବା ସମୟରେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କହିଛନ୍ତି।
The post ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ପିକଅପ୍ ଭ୍ୟାନ୍ appeared first on Dharitri Odia News.