ଢେଙ୍କାନାଳର ବିରି ଚାଉଳରେ ତିଆରି ସୁସ୍ଵାଦୁ ବରା ଦେଖିଲେ ପାଟିରୁ ଗଡ଼ିବ ଲାଳ

ଢେଙ୍କାନାଳର ପ୍ରସିଦ୍ଧ ବରା ପାଇଁ ଆଜି ଦିନଟିଏ । ଯାହାକୁ ବରା ଦିବସ ଭାବେ ପାଳୁଛନ୍ତି ଢେଙ୍କାନାଳ ସହରବାସୀ। କଞ୍ଚାଲଙ୍କା ପିଆଜ ଆମ୍ବକଶିଆ ଅଦା, ଜିରା ସହ ସୁଆଦିଆ ଜିନିଷ ପକାଯାଇ ପ୍ରସ୍ତୁତ କରାଯାଇଥାଏ ଏହି ବରା। ଢେଙ୍କାନାଳର ବରାର ଚାହିଦା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି । ବିରି ଚାଳର ତିଆରି ବରା ସୁସ୍ଵାଦ ହେବା ସହ ଏହି ବରା ପ୍ରାୟ ୧୦୦ ବର୍ଷର ପୁରୁଣା ଖାଦ୍ୟ ଭାବେ ଜିଲ୍ଲାରେ ସୁନାମ ରହି ଆସିଛି । […] The post ଢେଙ୍କାନାଳର ବିରି ଚାଉଳରେ ତିଆରି ସୁସ୍ଵାଦୁ ବରା ଦେଖିଲେ ପାଟିରୁ ଗଡ଼ିବ ଲାଳ appeared first on KNews Odisha.

ଢେଙ୍କାନାଳର ବିରି ଚାଉଳରେ ତିଆରି ସୁସ୍ଵାଦୁ ବରା ଦେଖିଲେ ପାଟିରୁ ଗଡ଼ିବ ଲାଳ

ଢେଙ୍କାନାଳର ପ୍ରସିଦ୍ଧ ବରା ପାଇଁ ଆଜି ଦିନଟିଏ । ଯାହାକୁ ବରା ଦିବସ ଭାବେ ପାଳୁଛନ୍ତି ଢେଙ୍କାନାଳ ସହରବାସୀ। କଞ୍ଚାଲଙ୍କା ପିଆଜ ଆମ୍ବକଶିଆ ଅଦା, ଜିରା ସହ ସୁଆଦିଆ ଜିନିଷ ପକାଯାଇ ପ୍ରସ୍ତୁତ କରାଯାଇଥାଏ ଏହି ବରା। ଢେଙ୍କାନାଳର ବରାର ଚାହିଦା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି । ବିରି ଚାଳର ତିଆରି ବରା ସୁସ୍ଵାଦ ହେବା ସହ ଏହି ବରା ପ୍ରାୟ ୧୦୦ ବର୍ଷର ପୁରୁଣା ଖାଦ୍ୟ ଭାବେ ଜିଲ୍ଲାରେ ସୁନାମ ରହି ଆସିଛି ।

ସଚେତନ ନାଗରିକ ଫୋରମ ତରଫରୁ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସାଧାରଣ ଲୋକ ଏଥିରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ବର୍ଷ ଏପ୍ରିଲ ୭ ତାରିଖକୁ ଢେଙ୍କାନାଳରେ ବରା ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ସମସ୍ତେ ଏକାଠି ହୋଇ ବରା ଖାଇବାର ମଜା ନେଇଛନ୍ତି । ଢେଙ୍କାନାଳର ଏହି ପ୍ରସିଦ୍ଧ ବରା ସହ ଯୋଡି ହୋଇ ରହିଛି ଅନେକ ଐତିହ୍ୟ ଓ ପରମ୍ପରା । ଢେଙ୍କାନାଳ ଏହି ବରାର ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ହୋଇଥିବାରୁ ଏହାର ସ୍ୱାଦ ଓ ଚାହିଦା ସବୁବେଳେ ନିଆରା ହୋଇଥାଏ ।

ଏହି ବରା ପରମ୍ପରା ବହୁ ପୁରାତନ ଯାହାକି ୧୦୦ ବର୍ଷ ତଳେ ଆଜିର ଦିନରେ ଢେଙ୍କାନାଳ ରେ ସ୍ୱାଦିଷ୍ଟ ବରାର ମହକ ପ୍ରସ୍ତୁତି ହୋଇଥିଲା l ଆଜି ଏହି ବରା ଦିବସକୁ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପାଳନ କରାଯାଇଛି l ସହରର ବୁଦ୍ଧିଜୀବୀ, ଆଇନଜୀବୀ, ବଣିକ ସଂଘ, ସାମ୍ବାଦିକ ସଂଘ, ତଥା ବରିଷ୍ଠ ନାଗରିକ, ମହିଳା ମାନେ ବରା ଦିବସ ଉତ୍ସବରେ ଯୋଗ ଦେଇଥିଲେ l ଦେଶୀ ବିରି, ଚାଉଳ ବଟାରେ ପିଆଜ, ଅଦା, କଞ୍ଚା ଲଙ୍କା, ଭ୍ରୁସଂଗ ପତ୍ର , ଧନିଆ ପତ୍ର ମିଶାଇ ବରା ତିଆରି ହେଉଛି ଆଉ ସହର ବାସୀ ଗୁଗୁନି ସହିତ ବରାର ମଜା ନେଉଛନ୍ତି l ଢେଙ୍କାନାଳର ପ୍ରସିଦ୍ଧ ବିରି ବରାକୁ ଆଗାମୀ ଦିନରେ GI ଟ୍ୟାଗ୍‌ ର ମାନ୍ୟତା ଦାବି କରିଛନ୍ତି ଢେଙ୍କାନାଳ ବାସୀ ।

The post ଢେଙ୍କାନାଳର ବିରି ଚାଉଳରେ ତିଆରି ସୁସ୍ଵାଦୁ ବରା ଦେଖିଲେ ପାଟିରୁ ଗଡ଼ିବ ଲାଳ appeared first on KNews Odisha.