ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର । ଦୁଃଖରେ ସୁଖରେ ସବୁଥିରେ ଆମ ପାଖରେ ଛିଡ଼ା ହେଉଥିଲେ ।‘ପୁଅ ନପଚାରୁ ପଛେ ନବୀନ ହିଁ ପୁଅ ଭଳି ସବୁ ବୁଝୁଥିଲେ’ । ଆମ ପେଟ କଥା ଚିନ୍ତା କରୁଥିଲେ । ବୃଦ୍ଧ କାଳେ ଆମର ସାହାରା ଥିଲେ ସେ । ଏବେ ଆମ ଦୁଃଖ ଶୁଣିବ କିଏ । ଏଇ କଥା କହି ଆଖିରୁ […] The post ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ appeared first on KNews Odisha.

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର । ଦୁଃଖରେ ସୁଖରେ ସବୁଥିରେ ଆମ ପାଖରେ ଛିଡ଼ା ହେଉଥିଲେ ।‘ପୁଅ ନପଚାରୁ ପଛେ ନବୀନ ହିଁ ପୁଅ ଭଳି ସବୁ ବୁଝୁଥିଲେ’ । ଆମ ପେଟ କଥା ଚିନ୍ତା କରୁଥିଲେ । ବୃଦ୍ଧ କାଳେ ଆମର ସାହାରା ଥିଲେ ସେ । ଏବେ ଆମ ଦୁଃଖ ଶୁଣିବ କିଏ । ଏଇ କଥା କହି ଆଖିରୁ ଲୁହ ଗଡ଼ାଉଛନ୍ତି ଏଇ ବୟସ୍କ ମହିଳାମାନେ ।

ନିର୍ବାଚନରେ ବିଜେଡି ହାରିଗଲା । ସେ ଦୁଃଖ ଏମାନଙ୍କର ଯେତିକି ନାହିଁ ନବୀନ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି ସେକଥା ସେମାନଙ୍କୁ ଅଧିକ କଷ୍ଟ ଦେଇଛି । ମୁଖ୍ୟମନ୍ତ୍ରୀ ପଦରୁ ନବୀନ ଇସ୍ତଫା ଦେବା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ । ଗାଁ ଠୁ ସହର ସବୁଠି ସାଧାରଣ ଲୋକଙ୍କୁ ଖୁବ୍‌ ବାଧିଛି । ତାଙ୍କ ପୋଷ୍ଟରକୁ ଲୋକେ ଆଉଁସି ବାହୁନି ବାହୁନି କାନ୍ଦୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ବୃଦ୍ଧାମାନେ ତାଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି । ଇଏ ହେଉଛି ନବୀନଙ୍କ ଲୋକପ୍ରିୟତା ।ଅନେକ ଲୋକହିତକର ଯୋଜନା ସାଧାରଣ ଲୋକଙ୍କ ପାଇଁ କରିଥିଲେ ନବୀନ । ତେବେ ତାଙ୍କର ବ୍ୟକ୍ତିତ୍ୱ ଥିଲା ସମସ୍ତଙ୍କର ପ୍ରିୟ ।

ରାଜନୀତି କ୍ଷେତ୍ରରେ ଯାହା ବି ଓଲଟ ପାଲଟ ହେଉ କିନ୍ତୁ ନବୀନଙ୍କୁ ଭଲ ପାଆନ୍ତି ସମସ୍ତେ । ତାଙ୍କ ନିର୍ମଳ ଭାବମୂର୍ତ୍ତି, କାହା ବିରୋଧରେ ପଦେ ନକହିବା ଆଦି କଥାକୁ ଲୋକେ ପସନ୍ଦ କରନ୍ତି । ତେଣୁ ଆଜି ସବୁ ଜାଗାରେ ତାଙ୍କୁ ନେଇ ଚର୍ଚ୍ଚା । କାରଣ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଲୋକେ ତାଙ୍କ ସହ ଅଭ୍ୟସ୍ତ ହୋଇ ସାରିଥିଲେ । ଏବେ ଲାଗୁଛି ଯେମିତି ସେ ଅଲଗା ହୋଇଗଲେ ।

The post ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ appeared first on KNews Odisha.