ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ ହନ୍ତାଳପୁଟ ଗ୍ରାମର ସନା ଦଳେଇ । ଅନକାଡେ଼ଲି ସ୍ଥିତ ଜୋଇଁଙ୍କ ନୂତନ ଘର ନିର୍ମାଣ କରୁଥିଲେ ସୋନା  l ସନ୍ଧ୍ୟାରେ କାର୍ଯ୍ୟ ସାରି ଗୋଡ଼ ହାତ ଧୋଇ ବାହାରେ ପଡ଼ିଥିବା ଲୁହା ରଡ଼ଗୁଡିକୁ ଘର ଭିତରକୁ ନେବା ସମୟରେ ରାସ୍ତା କଡରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ l ସଙ୍ଗେ ସଙ୍ଗେ […] The post ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ appeared first on KNews Odisha.

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ
medical-

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ ହନ୍ତାଳପୁଟ ଗ୍ରାମର ସନା ଦଳେଇ । ଅନକାଡେ଼ଲି ସ୍ଥିତ ଜୋଇଁଙ୍କ ନୂତନ ଘର ନିର୍ମାଣ କରୁଥିଲେ ସୋନା  l ସନ୍ଧ୍ୟାରେ କାର୍ଯ୍ୟ ସାରି ଗୋଡ଼ ହାତ ଧୋଇ ବାହାରେ ପଡ଼ିଥିବା ଲୁହା ରଡ଼ଗୁଡିକୁ ଘର ଭିତରକୁ ନେବା ସମୟରେ ରାସ୍ତା କଡରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ l ସଙ୍ଗେ ସଙ୍ଗେ ସନାଙ୍କ ସମୁଦୀ ଲମତାପୁଟ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଚିକତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  l ସନାଙ୍କ ଏଭଳି ଦୁର୍ଘଟଣା ଖବର ଶୁଣି ସମସ୍ତେ ଚକିତ ହେବା ସହ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ l

The post ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ appeared first on KNews Odisha.