ଛାତ୍ରୀଙ୍କୁ ଶ୍ରେଣୀକକ୍ଷରେ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କଲେ ପ୍ରଧାନ ଶିକ୍ଷକ, ତାପରେ…
ଡେସ୍କ: ଶିକ୍ଷାଦାନରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ କିନ୍ତୁ କିଛି ଶିକ୍ଷକଙ୍କ ଭୂମିକା ଏ କ୍ଷେତ୍ରରେ ଶିକ୍ଷକ ସମାଜକୁ ନିନ୍ଦିତ କରୁଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରେଣୀଗୃହ ମଧ୍ୟରେ ଜଣେ ଛାତ୍ରୀକୁ ମୋବାଇଲରେ ଅଶ୍ଳୀଳ ଦୃଶ୍ୟ ଦେଖିବା ପାଇଁ ବାଧ୍ୟ କରିବା ଓ ଛାତ୍ରୀଙ୍କ ଦେହକୁ ସ୍ପର୍ଶ କରିବା ଭଳି ଅଭିଯୋଗ ଆସିବା ପରେ ପୁଲିସ ଏବେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଘଟଣା ଘଟିଛି ଆସାମର କରିମଗଞ୍ଜ ଜିଲ୍ଲାର ଏକ […]

ଡେସ୍କ: ଶିକ୍ଷାଦାନରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ କିନ୍ତୁ କିଛି ଶିକ୍ଷକଙ୍କ ଭୂମିକା ଏ କ୍ଷେତ୍ରରେ ଶିକ୍ଷକ ସମାଜକୁ ନିନ୍ଦିତ କରୁଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରେଣୀଗୃହ ମଧ୍ୟରେ ଜଣେ ଛାତ୍ରୀକୁ ମୋବାଇଲରେ ଅଶ୍ଳୀଳ ଦୃଶ୍ୟ ଦେଖିବା ପାଇଁ ବାଧ୍ୟ କରିବା ଓ ଛାତ୍ରୀଙ୍କ ଦେହକୁ ସ୍ପର୍ଶ କରିବା ଭଳି ଅଭିଯୋଗ ଆସିବା ପରେ ପୁଲିସ ଏବେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
ଘଟଣା ଘଟିଛି ଆସାମର କରିମଗଞ୍ଜ ଜିଲ୍ଲାର ଏକ ସରକାରୀ ସ୍କୁଲରେ। ସେହି ସ୍କୁଲର ପ୍ରଧାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଗଷ୍ଟ ୧୨ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଶିକ୍ଷକଙ୍କ ବିରୋଧରେ ପୋକ୍ସୋ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ବୋଲି କରିମଗଞ୍ଜ ଏସ୍ ପି ପାର୍ଥ ପ୍ରତିମ ଦାସ କହିଛନ୍ତି।
ନାବାଳିକାଙ୍କ ପରିବାର ଲୋକେ କହିଛନ୍ତି ଯେ ଛାତ୍ରୀ ଜଣଙ୍କ ପ୍ରଥମେ ଘଟଣା ବିଷୟରେ କହିବାକୁ କୁଣ୍ଠାବୋଧ କରିଥିଲେ, କିନ୍ତୁ ପରେ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ। ସେ ପ୍ରକାଶ କରିଛନ୍ତି ଯେ ଶିକ୍ଷକ ତାଙ୍କୁ କିଛି ଖରାପ ଭିଡିଓ ଦେଖିବାକୁ ବାଧ୍ୟ କରିଥିଲେ। ସେ ମଧ୍ୟ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲେ ବୋଲି ପରିବାରର ଜଣେ ସଦସ୍ୟ କହିଛନ୍ତି।
ଏସପି କହିଛନ୍ତି ଯେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସି ଯିବାରେ ସକ୍ଷମ ହୋଇଥିଲେ। ସେମାନେ ସ୍କୁଲକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଆମେ ଆମ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଉଛୁ, ଯାହାଦ୍ୱାରା ସେମାନେ ଶିକ୍ଷା ଲାଭ କରିପାରିବେ ଏବଂ ଭଲ ମଣିଷ ହୋଇପାରିବେ, କିନ୍ତୁ ସେମାନେ ଏଭଳି ଜଣେ ଶିକ୍ଷକଙ୍କଠାରୁ କ’ଣ ଶିଖିବେ।