ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ
ଭବାନୀପାଟଣା,୩୦୪(ଉତ୍ତମ କୁମାର ଦାଶ): ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ତଫସିଲଭୁକ୍ତ ଜନଜାତି(ଏସ୍ଟି) ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ସେମାନେ ପାଠପଢ଼ା ପ୍ରତି ଆକୃଷ୍ଟ ହୋଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ହେଲେ ଭବାନୀପାଟଣା ଉଦିତ ନାରାୟଣପୁରସ୍ଥିତ କଳାହାଣ୍ଡି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (କେଏସ୍ଇଟି)ର ଏସ୍ସି ଏସ୍ଟି ପିଲାଙ୍କୁ ମିଳୁଥିବା ଟଙ୍କା ହଡ଼ପ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଛାତ୍ରୀଛାତ୍ରଙ୍କ ଅଜଣାତରେ ଶିକ୍ଷାଋଣ କରାଯାଇ ଟଙ୍କା ଉଠାଯାଇଥିବା, ଅଧିକାଂଶ ପିଲା ହଷ୍ଟେଲରେ […] The post ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ appeared first on Dharitri Odia News.
ଭବାନୀପାଟଣା,୩୦୪(ଉତ୍ତମ କୁମାର ଦାଶ): ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ତଫସିଲଭୁକ୍ତ ଜନଜାତି(ଏସ୍ଟି) ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ସେମାନେ ପାଠପଢ଼ା ପ୍ରତି ଆକୃଷ୍ଟ ହୋଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ହେଲେ ଭବାନୀପାଟଣା ଉଦିତ ନାରାୟଣପୁରସ୍ଥିତ କଳାହାଣ୍ଡି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (କେଏସ୍ଇଟି)ର ଏସ୍ସି ଏସ୍ଟି ପିଲାଙ୍କୁ ମିଳୁଥିବା ଟଙ୍କା ହଡ଼ପ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଛାତ୍ରୀଛାତ୍ରଙ୍କ ଅଜଣାତରେ ଶିକ୍ଷାଋଣ କରାଯାଇ ଟଙ୍କା ଉଠାଯାଇଥିବା, ଅଧିକାଂଶ ପିଲା ହଷ୍ଟେଲରେ ରହୁଥିବା ଦର୍ଶାଇ ମିଳୁଥିବା ସରକାରୀ ସହାୟତା ଅର୍ଥ ଉଠାଣ ହୋଇଥିବା ନେଇ କେତେଜଣ ଛାତ୍ରୀଛାତ୍ର ମଙ୍ଗଳବାର କେଏସ୍ଇଟିର ଅଧ୍ୟକ୍ଷା ଓ ନିର୍ଦ୍ଦେଶକଙ୍କ ନାମରେ ଅଭିଯୋଗ ଆଣି ଏସ୍ପିଙ୍କୁ ଫେରାଦ ହୋଇଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, କଳାହାଣ୍ଡି କେଏସ୍ଇଟିରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ବାର୍ଷିକ ୩୬, ୫୦୦ ଟଙ୍କା ଦେଉଛନ୍ତି। ଏହି କଲେଜରେ ଏସ୍ସି ଏସ୍ଟି ପିଲାଙ୍କ ଇଂଜିନିୟରିଂ ଡିପ୍ଲୋମା ପାଇଁ ବାର୍ଷିକ ୨୬, ୫୦୦ ଟଙ୍କା ଫି’ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ୩୬, ୫୦୦ ଟଙ୍କା ଉଠାଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ପିଲାମାନେ ହଷ୍ଟେଲରେ ରହୁଥିବା ଦର୍ଶାଇ ସମସ୍ତ ଟଙ୍କା ଉଠାଇ ନିଆଯାଇଛି। କଲେଜ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ଅର୍ଥ ଉଠାଇବା ସହ ସେମାନଙ୍କ ନାମରେ ଶିକ୍ଷାଋଣ ମଧ୍ୟ ଉଠାଇଛନ୍ତି। ସେହିପରି ମାଗଣାରେ ଉଚ୍ଚଶିକ୍ଷା ପାଉଥିବାରୁ ପିଲା ଓ ସେମାନଙ୍କ ଅଭିଭାବକ କାଗଜପତ୍ରରେ ଦସ୍ତଖତ କରୁଥିଲେ ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏବେ ବ୍ୟାଙ୍କ ଓ କୋର୍ଟ ନୋଟିସ ପାଇବା ପରେ ପିଲାଙ୍କ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଚଞ୍ଚକତା ଜାଣିପାରିଥିଲେ ବୋଲି ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲାର ଚାଟିଗୁ ପାର୍ଥ ବେପାରୀ, କଳାହାଣ୍ଡି ଜିଲା କେଗାଁ ଥାନା ବୋର୍ଡାର ପ୍ରଦୀପ କୁମାର ଯାନୀ, କୁଟୁରାବାହାଲି ଗ୍ରାମର ଅଶୋକ କୁମାର ବାଗ, ଭବାନୀପାଟଣା ସଦର ଥାନା ହଲଦିଗଡ଼ର ଜୟଦେବ ବାଗ, ଗୋଲାମୁଣ୍ଡା ଥାନା ଗୁଦୁ ଡୁଗୁମାର ଜୟନ୍ତୀ ସାଗର ପ୍ରମୁଖ ଛାତ୍ର ସେମାନଙ୍କ ନାମରେ ଶିକ୍ଷାଋଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏପରି ପ୍ରାୟ ୪୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ରଙ୍କ ନାମରେ ଏଭଳି କରାଯାଇଥିବା ଏହି ଛାତ୍ରମାନେ ପ୍ରକାଶ କରିଛନ୍ତି। କେଏସ୍ଇଟିରେ ପ୍ରାୟ ୭୭୦ ଇଞ୍ଜିନିୟରିଂରେ ଡିପ୍ଲୋମା ପଢୁଥିବାବେଳେ ଏଏନ୍ଏମ୍ ୬୦ ଜଣ ପଢୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ଶୁଭଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ ଛୁଟିରେ ଅଛନ୍ତି। ଅଧ୍ୟକ୍ଷା ଋଣ ଦିଅନ୍ତି ନାହିଁ, ବ୍ୟାଙ୍କ ଋଣ ଦିଏ ଓ ଶାଖା ପରିଚାଳକ ଏହାର ଯାଞ୍ଚ କରନ୍ତି। କେତେଜଣ ଲୋକ ବଦନାମ କରିବାକୁ ତାଙ୍କୁ ଏଭଳି ହାରାସ୍ମେଣ୍ଟ କରୁଥିବା ସେ କହିଛନ୍ତି। କଲେଜ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମିଶ୍ରଙ୍କୁ ତାଙ୍କ ଫୋନ ନମ୍ବର ୯୪୩୭୦୯୧୦୯୨ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।
The post ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ appeared first on Dharitri Odia News.