ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକଲେ ଅଧ୍ୟକ୍ଷ: ଆଗକୁ ବଢ଼ିବାକୁ…

ଭଞ୍ଜନଗର,୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏ ନେଇ କଲେଜରେ ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଯୁକ୍ତ ୩ ସରିବା ପରେ ଛାତ୍ରୀଛାତ୍ର ମାନେ ଯେପରି ଉଚ୍ଚତର ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବେ ସେ ନେଇ ଅଧକ୍ଷ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ […] The post ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକଲେ ଅଧ୍ୟକ୍ଷ: ଆଗକୁ ବଢ଼ିବାକୁ… appeared first on Dharitri Odia News.

ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକଲେ ଅଧ୍ୟକ୍ଷ: ଆଗକୁ ବଢ଼ିବାକୁ…

ଭଞ୍ଜନଗର,୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର
ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏ ନେଇ କଲେଜରେ ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଯୁକ୍ତ ୩ ସରିବା ପରେ ଛାତ୍ରୀଛାତ୍ର ମାନେ ଯେପରି ଉଚ୍ଚତର ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବେ ସେ ନେଇ ଅଧକ୍ଷ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଶୈଖିକ ପରିଷଦ ସମ୍ପାଦକ ହର ପ୍ରସାଦ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସ୍ମରଣିକା ପାଢ଼ୀ ସଭାକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା, ଫିଲିପ ମଲ୍ଲିକ, ଶରତ ବେହେରା, ରାଜେଶ ପଣ୍ଡିତ, ଲକ୍ଷ୍ମୀ ପ୍ରିୟା ବାନାର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଛାତ୍ରୀଛାତ୍ର ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

The post ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକଲେ ଅଧ୍ୟକ୍ଷ: ଆଗକୁ ବଢ଼ିବାକୁ… appeared first on Dharitri Odia News.