ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ

ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବ୍ଲକ ଅଧୀନ ଏମ.ବାସୁଦେବପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପବିତ୍ର ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯିବା ସହ ଛାତ୍ରୀଛାତ୍ରଙ୍କୁମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସହକାରୀ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ,ସସ୍ମିତା […] The post ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ appeared first on Dharitri Odia News.

ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ

ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବ୍ଲକ ଅଧୀନ ଏମ.ବାସୁଦେବପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପବିତ୍ର ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯିବା ସହ ଛାତ୍ରୀଛାତ୍ରଙ୍କୁମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସହକାରୀ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ,ସସ୍ମିତା ପ୍ରଧାନ,ସୁମନ ରଥ, ଶିକ୍ଷକ ଅଭୟ କୁମାର ପାଢ଼ୀ,ଶରତ କୁମାର ବେହେରା,ଆର.ରବୀନ୍ଦ୍ର ନାଥ ଏବଂ ଦଣ୍ଡପାଣି ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଦିଗପହଣ୍ଡି ବ୍ଲକର ସମସ୍ତ ବିଦ୍ୟାଳୟରେ ମଙ୍ଗଳବାରଠାରୁ ଛାତ୍ରୀଛାତ୍ରଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ବଣ୍ଟନ କରାଯାଇଥିବା ଜଣାପଡ଼ିଛି।

The post ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ appeared first on Dharitri Odia News.