ପାଣ୍ଡିଆନ୍‌-ନବୀନଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ପ୍ରଣବ ପ୍ରକାଶ, କହିଦେଲେ ଏମିତି…

ଭୁବନେଶ୍ୱର,୬।୬: ପରାଜିତ ପ୍ରାର୍ଥୀଙ୍କୁ ନେଇ ଗୁରୁବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକ ପରେ ବିଜେଡି ଓ ନବୀନଙ୍କ ସମ୍ପର୍କରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦଳ କାମ କରେ। କେବେ ବି ନବୀନ ବାବୁଙ୍କ ଛଡ଼ା ଦଳରେ ଆଉ କେହି ଲିଡ୍‌ କରିନାହାନ୍ତି। ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ, ସବୁ […] The post ପାଣ୍ଡିଆନ୍‌-ନବୀନଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ପ୍ରଣବ ପ୍ରକାଶ, କହିଦେଲେ ଏମିତି… appeared first on Dharitri Odia News.

ପାଣ୍ଡିଆନ୍‌-ନବୀନଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ପ୍ରଣବ ପ୍ରକାଶ, କହିଦେଲେ ଏମିତି…

ଭୁବନେଶ୍ୱର,୬।୬: ପରାଜିତ ପ୍ରାର୍ଥୀଙ୍କୁ ନେଇ ଗୁରୁବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକ ପରେ ବିଜେଡି ଓ ନବୀନଙ୍କ ସମ୍ପର୍କରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦଳ କାମ କରେ। କେବେ ବି ନବୀନ ବାବୁଙ୍କ ଛଡ଼ା ଦଳରେ ଆଉ କେହି ଲିଡ୍‌ କରିନାହାନ୍ତି। ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ, ସବୁ ବେଳେ ରହିବେ। ମିଟିଂରେ ପାଣ୍ଡିଆନ୍‌ କାହିଁକି ରହିଲେନି ପ୍ରଶ୍ନରେ ପ୍ରଣବ କହିଛନ୍ତି, ନବୀନଙ୍କ ଇଛା କାହାକୁ କେତେବେଳେ ରଖିବେ, କାହାକୁ ନ ରଖିବେ। ସେଇଟା ସେ ନିଷ୍ପତ୍ତି ନେବେ।

ଅନ୍ୟପଟେ, ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି ପାଣ୍ଡିଆନ୍‌ଙ୍କ ବିନା ନବୀନ ସବୁ କରିପାରୁଛନ୍ତି। ଆପଣମାନଙ୍କ ଧାରଣା ଥିଲା ପାଣ୍ଡିଆନ୍‌ଙ୍କ ବିନା ନବୀନ କିଛି କରିପାରୁନାହାନ୍ତି। ଏବେ ଆପଣମାନେ ଦେଖିଲେ ତ ନବୀନ ସବୁ କରୁଛନ୍ତି କି ନାହିଁ।

The post ପାଣ୍ଡିଆନ୍‌-ନବୀନଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ପ୍ରଣବ ପ୍ରକାଶ, କହିଦେଲେ ଏମିତି… appeared first on Dharitri Odia News.