ବିଧାନସଭାରେ ବିଧାୟିକାଙ୍କ ଉପରକୁ ଜୋତା, ଢାଳ ଫିଙ୍ଗିବା ଘଟଣା: ମାମଲା ଦାୟର ଦାବି

ଇସଲାମାବାଦ,୩ା୩: ପାକିସ୍ତାନ ବିଧାନସଭାରେ ବିଧାୟିକା ସୋବିିୟା ଶାହିଦଙ୍କୁ ଆକ୍ରମଣ କରାଯାଇଥିଲା। ବିଧାନସଭା ଚାଲିଥିବା ସମୟରେ ବିଧାୟିକାଙ୍କ ଉପରକୁ ପିଟିଆଇ କର୍ମଚାରୀମାନେ ଜୋତା ଏବଂ ଢାଳ ଫିଙ୍ଗିଥିଲେ। ଏପରିକି ବିଧାୟିକାଙ୍କୁ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରିଥିଲେ। ପିଏମ୍‌ଏଲ୍‌ଏନ୍‌ର ରାଜ୍ୟ ସଭାପତି ଅମୀର ମୁକାମ କହିଛନ୍ତି, ଫେବୃଆରୀ ୨୦ ତାରିଖରେ ବିଧାନସଭା ଚାଲିଥିବା ବେଳେ ପିଟିଆଇ କମର୍ଚାରୀମାନେ ଜୋତାରେ ଜଣେ ବିଧାୟିକାଙ୍କୁ ଆକ୍ରମଣ କରିଥିଲେ। ପିଟିଆଇ କର୍ମଚାରୀମାନେ ଜଣେ ମହିଳାଙ୍କ ସହ କିପରି ବ୍ୟବହାର କରାଯିବା ଦରକାର ତାହା […] The post ବିଧାନସଭାରେ ବିଧାୟିକାଙ୍କ ଉପରକୁ ଜୋତା, ଢାଳ ଫିଙ୍ଗିବା ଘଟଣା: ମାମଲା ଦାୟର ଦାବି appeared first on Dharitri Odia News.

ବିଧାନସଭାରେ ବିଧାୟିକାଙ୍କ ଉପରକୁ ଜୋତା, ଢାଳ ଫିଙ୍ଗିବା ଘଟଣା: ମାମଲା ଦାୟର ଦାବି

ଇସଲାମାବାଦ,୩ା୩: ପାକିସ୍ତାନ ବିଧାନସଭାରେ ବିଧାୟିକା ସୋବିିୟା ଶାହିଦଙ୍କୁ ଆକ୍ରମଣ କରାଯାଇଥିଲା। ବିଧାନସଭା ଚାଲିଥିବା ସମୟରେ ବିଧାୟିକାଙ୍କ ଉପରକୁ ପିଟିଆଇ କର୍ମଚାରୀମାନେ ଜୋତା ଏବଂ ଢାଳ ଫିଙ୍ଗିଥିଲେ। ଏପରିକି ବିଧାୟିକାଙ୍କୁ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରିଥିଲେ। ପିଏମ୍‌ଏଲ୍‌ଏନ୍‌ର ରାଜ୍ୟ ସଭାପତି ଅମୀର ମୁକାମ କହିଛନ୍ତି, ଫେବୃଆରୀ ୨୦ ତାରିଖରେ ବିଧାନସଭା ଚାଲିଥିବା ବେଳେ ପିଟିଆଇ କମର୍ଚାରୀମାନେ ଜୋତାରେ ଜଣେ ବିଧାୟିକାଙ୍କୁ ଆକ୍ରମଣ କରିଥିଲେ। ପିଟିଆଇ କର୍ମଚାରୀମାନେ ଜଣେ ମହିଳାଙ୍କ ସହ କିପରି ବ୍ୟବହାର କରାଯିବା ଦରକାର ତାହା ସେମାନେ ଜାଣନ୍ତି ନାହିଁ।
ନଓ୍ବାଜ ସରିଫଙ୍କ ପାର୍ଟି ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ବିଧାୟିକାଙ୍କ ଉପରକୁ ଜୋତା ଓ ଢାଳ ଫିଙ୍ଗିଥିବାରୁ ପିଟିଆଇ କର୍ମଚାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରିବାକୁ ଦାବି କରିଛନ୍ତି।

The post ବିଧାନସଭାରେ ବିଧାୟିକାଙ୍କ ଉପରକୁ ଜୋତା, ଢାଳ ଫିଙ୍ଗିବା ଘଟଣା: ମାମଲା ଦାୟର ଦାବି appeared first on Dharitri Odia News.