ଛିଡ଼ିଲା ଜିପ୍ ଲାଇନ୍ ଆଡଭେନଚର ତାର, ଚାଲିଗଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ ୨୦।୦୫:କର୍ଣ୍ଣାଟକର ରାମନଗରରୁ ଏକ ସମ୍ଵେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜିପ୍ ଲାଇନ୍ ବେଳେ ତାର ଛିଡିବା କାରଣରୁ ଏଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ତାଙ୍କ ସାଙ୍ଗମାନଙ୍କ ସହିତ ଜଙ୍ଗଲ ଟ୍ରେଲ୍ସ ରିସର୍ଟକୁ ଯାଇଥିଲେ। ଯେଉଁଠାରେ ଜିପ୍ ଲାଇନ୍ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା| ବର୍ତ୍ତମାନ ପୋଲିସ ଟିମ୍ ଏହି ମାମଲାରେ ରିସୋର୍ଟର ମାଲିକଙ୍କୁ ଗିରଫ କରିଛି ଏବଂ ଏହାର ଅଧିକ ତଦନ୍ତ ଚାଲିଛି।ଏହି ଘଟଣା ୧୯ ମେ’ ହରୋହଲିରେ ଥିବା ଜଙ୍ଗଲ ଟ୍ରେଲ୍ସ ରିସର୍ଟର ଘଟିଛି| ୩୫ ବର୍ଷିୟା ରଜନୀ ତାଙ୍କ ସାଙ୍ଗମାନଙ୍କ ସହ ରିସର୍ଟ ପହଞ୍ଚିଥିଲେ। ତାଙ୍କ ସହ ପ୍ରାୟ ୧୮ ଜଣ ସାଙ୍ଗ ତାଙ୍କ ସହିତ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ଏହି ସମସ୍ତ ସାଙ୍ଗମାନେ ଜିପ୍ ଲାଇନରେ ଆଡଭେଜର ମଜା ଉଠାଇବାକୁ ଚାହୁଁଥିଲ।ଯେତେବେଳ ରଜନୀ ଜିପ୍ ଲାଇନରେ ବସିଲେ ହଠାତ୍‌ ଅଧା ମଝିରେ ତାହାର ତାର ଛିଡି ଯାଇଥିଲା । ତାର ଛିଡିବା କାରଣରୁ ରଜନୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରିସୋର୍ଟର ମ୍ୟାନେଜରଙ୍କୁ ସୂଚନା ଦିଆଯିବା ମାତ୍ରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ।ଏଥିସହ ପୋଲିସକୁ ଡକାଯାଇ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଏହି ସମୟ ମଧ୍ୟରେ ପୋଲିସ ରିସୋର୍ଟର କ

ଛିଡ଼ିଲା ଜିପ୍ ଲାଇନ୍ ଆଡଭେନଚର ତାର, ଚାଲିଗଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ ୨୦।୦୫:କର୍ଣ୍ଣାଟକର ରାମନଗରରୁ ଏକ ସମ୍ଵେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜିପ୍ ଲାଇନ୍ ବେଳେ ତାର ଛିଡିବା କାରଣରୁ ଏଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ତାଙ୍କ ସାଙ୍ଗମାନଙ୍କ ସହିତ ଜଙ୍ଗଲ ଟ୍ରେଲ୍ସ ରିସର୍ଟକୁ ଯାଇଥିଲେ। ଯେଉଁଠାରେ ଜିପ୍ ଲାଇନ୍ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲାବର୍ତ୍ତମାନ ପୋଲିସ ଟିମ୍ ଏହି ମାମଲାରେ ରିସୋର୍ଟର ମାଲିକଙ୍କୁ ଗିରଫ କରିଛି ଏବଂ ଏହାର ଅଧିକ ତଦନ୍ତ ଚାଲିଛି।

ଏହି ଘଟଣା ୧୯ ମେ’ ହରୋହଲିରେ ଥିବା ଜଙ୍ଗଲ ଟ୍ରେଲ୍ସ ରିସର୍ଟର ଘଟିଛି| ୩୫ ବର୍ଷିୟା ରଜନୀ ତାଙ୍କ ସାଙ୍ଗମାନଙ୍କ ସହ ରିସର୍ଟ ପହଞ୍ଚିଥିଲେ। ତାଙ୍କ ସହ ପ୍ରାୟ ୧୮ ଜଣ ସାଙ୍ଗ ତାଙ୍କ ସହିତ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ଏହି ସମସ୍ତ ସାଙ୍ଗମାନେ ଜିପ୍ ଲାଇନରେ ଆଡଭେଜର ମଜା ଉଠାଇବାକୁ ଚାହୁଁଥିଲଯେତେବେଳ ରଜନୀ ଜିପ୍ ଲାଇନରେ ବସିଲେ ହଠାତ୍‌ ଅଧା ମଝିରେ ତାହାର ତାର ଛିଡି ଯାଇଥିଲା । ତାର ଛିଡିବା କାରଣରୁ ରଜନୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରିସୋର୍ଟର ମ୍ୟାନେଜରଙ୍କୁ ସୂଚନା ଦିଆଯିବା ମାତ୍ରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏଥିସହ ପୋଲିସକୁ ଡକାଯାଇ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଏହି ସମୟ ମଧ୍ୟରେ ପୋଲିସ ରିସୋର୍ଟର କର୍ମଚାରୀଙ୍କ ସମେତ ଅନେକ ଲୋକଙ୍କୁ ପଚରାଉଚରା କରିଥିଲା। ଏହା ପରେ ପୋଲିସ ଟିମ୍ ରିସୋର୍ଟର ମାଲିକ ଏବଂ ମ୍ୟାନେଜରଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ପୋଲିସ ଟିମ୍ ଏହି ମାମଲାର ଅଧିକ ତଦନ୍ତ ଆରମ୍ଭ କରିଛି