୨ ଦିନ ହେଲା ଜଳୁଛି ଜଙ୍ଗଲ:ବଢୁଛି ନିଆଁର ପ୍ରକୋପ
ବଣାଇଁ,୧୦ା୩(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଏବଂ ରାଉରକେଲା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨ ଦିନ ହେଲା ନିଆଁ ଲାଗିଛି। ବନବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ବିଫଳ ହୋଇଛନ୍ତି। ରବିବାର ନିଆଁର ପ୍ରକୋପ ବଢ଼ିଯାଇଛି। ବଣାଇଁ ବନଖଣ୍ଡର ୪ଟି ସ୍ଥାନ, ତାମଡାର ୩ଟି, ଜରଡା, ବରସୁଆଁ, କୁଳିପୋଷ ଆଦି ବନାଞ୍ଚଳର ଗୋଟିଏ ଲେଖାଏଁ ସ୍ଥାନରେ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି। ସେହିଭଳି ରାଉରକେଲା ବନଖଣ୍ଡର ବାଙ୍କୀ ବନାଞ୍ଚଳରେ ୩ଟି ସ୍ଥାନରେ ନିଆଁ […] The post ୨ ଦିନ ହେଲା ଜଳୁଛି ଜଙ୍ଗଲ:ବଢୁଛି ନିଆଁର ପ୍ରକୋପ appeared first on Dharitri Odia News.
ବଣାଇଁ,୧୦ା୩(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଏବଂ ରାଉରକେଲା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨ ଦିନ ହେଲା ନିଆଁ ଲାଗିଛି। ବନବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ବିଫଳ ହୋଇଛନ୍ତି। ରବିବାର ନିଆଁର ପ୍ରକୋପ ବଢ଼ିଯାଇଛି। ବଣାଇଁ ବନଖଣ୍ଡର ୪ଟି ସ୍ଥାନ, ତାମଡାର ୩ଟି, ଜରଡା, ବରସୁଆଁ, କୁଳିପୋଷ ଆଦି ବନାଞ୍ଚଳର ଗୋଟିଏ ଲେଖାଏଁ ସ୍ଥାନରେ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି। ସେହିଭଳି ରାଉରକେଲା ବନଖଣ୍ଡର ବାଙ୍କୀ ବନାଞ୍ଚଳରେ ୩ଟି ସ୍ଥାନରେ ନିଆଁ ଲାଗି ଥିବା ସୂଚନା ରହିଛି l ଜମି ଏବଂ ମହୁଲ ଗୋଟାଇବା ପାଇଁ ଲୋକେ ନିଆଁ ଲଗାଇ ଦେଉଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ନିଆଁ ଜଙ୍ଗଲରେ ମାଡି ଯାଉଛି, ବନ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଲାଗିପଡ଼ିଛନ୍ତି ବୋଲି ବଣାଇଁ ବନଖଣ୍ଡର ଅଧିକାରୀ ଲଳିତ ପାତ୍ର ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ବଣାଇଁ ଏସିଏଫ ଜଗନ୍ନାଥ ବିଶୋଇଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଉଠାଉ ନ ଥିଲେ। ଗତବର୍ଷ ଅନୁରୂପଭାବେ ବଣାଇଁ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିଲା।
The post ୨ ଦିନ ହେଲା ଜଳୁଛି ଜଙ୍ଗଲ:ବଢୁଛି ନିଆଁର ପ୍ରକୋପ appeared first on Dharitri Odia News.