ଛିଣ୍ଡୁନି ୧୩ ଅଙ୍କ, ଛକାପଞ୍ଝାରେ ୩ ଦଳ
ଭୁବନେଶ୍ୱର,୧୩।୪: ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ବି ଛକାପଞ୍ଝା ସ୍ଥିତିରେ ୩ ଦଳ। ଛିଣ୍ଡୁନି ୧୩ଟି ବିଧାନସଭା ଆସନ। ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ବି ଏବେ ଯାଏଁ ଏହି ଆସନରେ ଦେଇନାହାନ୍ତି ପ୍ରାର୍ଥୀ । ପରସ୍ପରକୁ ଅନାଇ ରଣନୀତି ପ୍ରସ୍ତୁତ କରୁଛନ୍ତିି ତିନି ଦଳ । ତେବେ ଏହି ସବୁ ସିଟ ମଧ୍ୟରେ ମୟୁରଭଞ୍ଜ ଜିଲାର […] The post ଛିଣ୍ଡୁନି ୧୩ ଅଙ୍କ, ଛକାପଞ୍ଝାରେ ୩ ଦଳ appeared first on Dharitri Odia News.
ଭୁବନେଶ୍ୱର,୧୩।୪: ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ବି ଛକାପଞ୍ଝା ସ୍ଥିତିରେ ୩ ଦଳ। ଛିଣ୍ଡୁନି ୧୩ଟି ବିଧାନସଭା ଆସନ। ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ବି ଏବେ ଯାଏଁ ଏହି ଆସନରେ ଦେଇନାହାନ୍ତି ପ୍ରାର୍ଥୀ । ପରସ୍ପରକୁ ଅନାଇ ରଣନୀତି ପ୍ରସ୍ତୁତ କରୁଛନ୍ତିି ତିନି ଦଳ ।
ତେବେ ଏହି ସବୁ ସିଟ ମଧ୍ୟରେ ମୟୁରଭଞ୍ଜ ଜିଲାର ୩ ଆସନ ଥିବାବେଳେ ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲାର ରହିଛି ୨ଟି ଲେଖାଏଁ ଆସନ। ବାକି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏ ଲେଖାଏଁ ଆସନ ରହିଛି। ସେହିପହି ବିଧାନସଭା ଆସନ ଗୁଡିିକ ହେଲା କେନ୍ଦୁଝର ଜିଲାର ଚମ୍ପୁଆ , ମୟୂରଭଞ୍ଜ ଜିଲାର ସରସକଣା, ବାଙ୍ଗିରିପୋଷି, କରଞ୍ଜିଆ , ବାଲେଶ୍ୱର ଜିଲାର ଭୋଗରାଇ, ନୀଳଗିରି, ଯାଜପୁରପୁ ଜିଲାର ବରୀ, ଢେଙ୍କାନାଳ ଜିଲାର ହିନ୍ଦୋଳ, କେନ୍ଦ୍ରାପଡା ଜିଲାର କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲାର ବେଗୁନିିଆ ଏବଂ ଖୋର୍ଦ୍ଧା , ଜଗତସିଂହପୁର ଜିଲାର ବାଲିକୁଦା, ଏରସମା ଏବଂ ପୁରୀ ଜିଲାର କାକଟପୁର ବିଧାନସଭା ଆସନ ରହିଛି।
The post ଛିଣ୍ଡୁନି ୧୩ ଅଙ୍କ, ଛକାପଞ୍ଝାରେ ୩ ଦଳ appeared first on Dharitri Odia News.