ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର
କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ ନାହିଁ ବୋଲି ଜିଦ୍ କରି ୫ଦିନ ହେଲା ଗଣଧାରଣା ଦେଇଛନ୍ତି। ଦଶହରା ଛୁଟି ପରେ ଶୁକ୍ରବାର ସ୍କୁଲ ଖୋଲିଛି କିନ୍ତୁ ଧାରଣାକୁ ଶିକ୍ଷା କମିଟି ଜାରି ରଖିଥିବାରୁ ଛାତ୍ରୀଛାତ୍ର ସ୍କୁଲର ମୁଖ୍ୟ ରାସ୍ତାରେ ବସିରହିଥିବାର ଦେଖିବାକୁ ମିଳିଛି। ଖବର ପାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଲାଙ୍କୁ ଛୁଟି କରିଦେଇ […] The post ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର appeared first on Dharitri Odia News.
କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ ନାହିଁ ବୋଲି ଜିଦ୍ କରି ୫ଦିନ ହେଲା ଗଣଧାରଣା ଦେଇଛନ୍ତି। ଦଶହରା ଛୁଟି ପରେ ଶୁକ୍ରବାର ସ୍କୁଲ ଖୋଲିଛି କିନ୍ତୁ ଧାରଣାକୁ ଶିକ୍ଷା କମିଟି ଜାରି ରଖିଥିବାରୁ ଛାତ୍ରୀଛାତ୍ର ସ୍କୁଲର ମୁଖ୍ୟ ରାସ୍ତାରେ ବସିରହିଥିବାର ଦେଖିବାକୁ ମିଳିଛି। ଖବର ପାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଲାଙ୍କୁ ଛୁଟି କରିଦେଇ ଥିଲେ। ଶିକ୍ଷା କମିଟି ଧାରଣାରୁ ଓହରି ଯିବା ମୁଖ୍ୟ ଗେଟ୍ ଖୋଲିବାକୁ ଜିଦ୍ ଧରି ଧାରଣାରେ ବସିଥିଲେ।
ଚଳିତ ମାସ ୨୪,୨୫ ତାରିଖରେ ଷାଣ୍ମାସିକ ପରୀକ୍ଷା ରହିଛି। କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ମଧ୍ୟ ଶିକ୍ଷା କମିଟିଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରାଇଦେବୁ ନାହିଁ। ଆମକୁ ଲିଖିତ ପ୍ରତିଶ୍ରୁତି ଦିଅ ବୋଲି ତହସିଲଦାର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି କରିଥିଲେ। କିନ୍ତୁ ଉକ୍ତ ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମ ସ୍ଥିତି କପିଳେଶ୍ୱର ହାଇସ୍କୁଲ ଡେପୁଟେଶନରେ ପଠାଯାଇଥିଲା। ତିନି ବର୍ଷ ପରେ ଜବାହର ଉଚ୍ଚ ବିଦ୍ୟାପୀଠକୁ ଫେରାଇ ଆଣିବା ପାଇଁ ଜିଲାପାଳ, କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୭.୧୦.୨୪ ଆଦେଶ ଦେଇଛନ୍ତି। ଗତ ସୋମବାର ପ୍ରଧାନ ଶିକ୍ଷକ ଉକ୍ତ ପଦ୍ୟାପୀଠକୁ ଯୋଗଦାନ କରିବାକୁ ଆସିଥିଲେ। ଶିକ୍ଷା କମିଟି ସଭାପତିଙ୍କ ନେତୃତ୍ୱରେ ସ୍କୁଲ ସମ୍ମୁଖରେ ତାଲା ପକାଇ ଗଣଧାରଣାରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବସି ଥିବାରୁ ଯୋଗଦେଇ ପାରି ନ ଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସ୍କୁଲ ଦଶହରା ଛୁଟି ଥିଲା। ଶୁକ୍ରବାର ସ୍କୁଲ ଖୋଲିଲା। କିନ୍ତୁ ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ କହିଛନ୍ତି, ଜେଲ୍ ପଛେ ଯିବୁ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଜିଦ୍ରେ ୫ଦିନ ହେଲା ଗଣଧାରଣାରେ ବସିଛନ୍ତି।
ଜିଲାପାଳ କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯ ତା ୭.୧୦.୨୪ ରାଉତ ପୁଣିଥରେ ବିଦ୍ୟାଳୟକୁ ଆସିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଆଦେଶକୁ ଉକ୍ତ ସ୍କୁଲ ପରିଚାଳନା କମିଟି ଅଣଦେଖା କରି ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଯୋଗଦାନ କରାଦେବୁ ନାହିଁ ବୋଲି ଶୁକ୍ରବାର ଗଣଧାରଣା ଦେଇଛନ୍ତି। ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ଆଇଆଇସି, ପୋଲିସ କର୍ମଚାରୀ ବୁଝାଶୁଝା କରିଥିଲେ ମଧ୍ୟ କମିଟି ନାରାଜ ହୋଇଥିଲା। ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଗଣଧାରଣା ଦେଇଛନ୍ତି। ଏ ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଡିଇଓଙ୍କ ସହ କଥା ହେଲି,କିନ୍ତୁ ଜିଲାପାଳ ନିର୍ଦ୍ଦେଶକୁ ସେ କିଛି କରି ପାରିବେ ନାହିଁ। ଜିଲାପାଳ ସହ ପୁଣି ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିଲେ। ଏହି ଧାରଣା ଶାନ୍ତିଶୃଙ୍ଖଳାର ସହ ହେବା ପାଇଁ ପୋଲିସ ମୁତୟନ କରାଯାଇଛି।
The post ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର appeared first on Dharitri Odia News.