ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆସ୍ଥା ଓ ଭରସା ରହିଛି। ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାପରେ କିପରି ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥରକ୍ଷା କରିବା ଦିଗରେ କାର୍ଯ୍ୟ କରିଥିଲେ। ଏହାସହ ସାମାଜିକ, ରାଜନୈତିକ, ମନ୍ତ୍ରିମଣ୍ଡଳର ସବୁ ଜାଗାରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥ ସୁରକ୍ଷିତ ରହିବା ଦିଗରେ ଚେଷ୍ଟା କରିଥିଲେ। ମୋଦି ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ପଞ୍ଚତୀର୍ଥର ବ୍ୟବସ୍ଥା କରିଛନ୍ତି। […] The post ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା appeared first on Dharitri Odia News.

ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆସ୍ଥା ଓ ଭରସା ରହିଛି। ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାପରେ କିପରି ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥରକ୍ଷା କରିବା ଦିଗରେ କାର୍ଯ୍ୟ କରିଥିଲେ। ଏହାସହ ସାମାଜିକ, ରାଜନୈତିକ, ମନ୍ତ୍ରିମଣ୍ଡଳର ସବୁ ଜାଗାରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥ ସୁରକ୍ଷିତ ରହିବା ଦିଗରେ ଚେଷ୍ଟା କରିଥିଲେ। ମୋଦି ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ପଞ୍ଚତୀର୍ଥର ବ୍ୟବସ୍ଥା କରିଛନ୍ତି। ଅପରପକ୍ଷେ ଆମ୍ବେଦକରଙ୍କୁ ଅତୀତରେ ଯେଉଁ ଦଳଗୁଡ଼ିକ ସମ୍ମାନ ଦେଇ ନ ଥିଲେ ବର୍ତ୍ତମାନ ସେମାନଙ୍କ ଇଙ୍ଗିତରେ ଭାରତ ବନ୍ଦ କାର୍ଯ୍ୟକ୍ରମ ଚାଲୁଛି। ଏହା ନିନ୍ଦନୀୟ ବୋଲି ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭୁପ୍ରସାଦ କହିଛନ୍ତି, ଭାଜପା ସରକାରକୁ ବଦନାମ କରିବା ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାରେ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ଯୋଡ଼ି ନ ହେବା ସହ ଆନ୍ଦୋଳନକୁ ସଫଳ କରିବାକୁ ଦେଇନାହାନ୍ତି। ‘ଭାରତ ବନ୍ଦ’ ଡାକରାକୁ ଅସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତିର ବର୍ଗୀକରଣ ଆଧାରରେ କ୍ରିମି ଲେୟରମାନଙ୍କୁ ସଂରକ୍ଷଣରୁ ବାଦ୍‌ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପ୍ରଦାନ କରିବା ପରିପ୍ରେକ୍ଷୀରେ ଭାଜପାର ସମସ୍ତ ଏସ୍‌ସି ଓ ଏସ୍‌ଟି ଏମ୍‌ପି ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କ୍ରିମି ଲେୟର ଆଧାରରେ ଏସ୍‌ସି, ଏସ୍‌ଟିଙ୍କ ମଧ୍ୟରେ ବର୍ଗୀକରଣକରି ବିଭେଦ ସୃଷ୍ଟି ନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଏହି ଟିପ୍ପଣୀକୁ ନେଇ ବିଚଳିତ କିମ୍ବା ଭୟଭୀତ ନ ହେବା ପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅତୀତରେ ୩ ଏସ୍‌ସି/ଏସ୍‌ଟି ଆଇନ ଅନୁସାରେ ଏତଲାକୁ ନେଇ ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଂସଦରେ ରଦ୍ଦ କରାଯାଇଥିଲା। ଅନ୍ୟ ପଟେ କିଛି ନ୍ୟସ୍ତସ୍ବାର୍ଥ କୁଚକ୍ରାନ୍ତକାରୀ ଗୋଷ୍ଠୀ ଏହି ଘଟଣା ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇ ଭାରତ ବନ୍ଦ ଡାକରା ଦେବା ନିନ୍ଦନୀୟ ବୋଲି ବିଭୁପ୍ରସାଦ କହିଛନ୍ତି।

The post ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା appeared first on Dharitri Odia News.