ଛୁଟିଦିନ ରେ ଗୋପାଳପୁର ପୁଲିସ ପକ୍ଷରୁ ଗାଡି ଚେକିଂ ନା ରେ ପର୍ଯ୍ୟଟକଙ୍କୁ ହଇରାଣ ଅଭିଯୋଗ।

ଗୋପାଳପୁର,୧୪/୦୧ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ରବିବାର ସମେତ ଛୁଟି ଦିନମାନଙ୍କରେ ଏଠାକୁ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକ ମାନେ ନିଜ ନିଜର ମୋଟରସାଇକେଲ,କାର ସହ ସିଟି ବସ ଯୋଗେ ଗୋପାଳପୁର ବୁଲିବାକୁ ଆସିଥାନ୍ତି। କିନ୍ତୁ ଗତ କିଛି ମାସ ହେବ ଗୋପାଳପୁର ପୁଲିସ ପକ୍ଷରୁ ଛୁଟିଦିନ ଓ ରବିବାର ମାନଙ୍କରେ ଗାଡି ଚେକିଂ କରାଯାଇ ପର୍ଯ୍ୟଟକ ଙ୍କୁ ହଇରାଣ କରି ଯାଉଥିବା ଅଭିଯୋଗ ହୋଇଛି। ଯାହାଫଳରେ ଅନେକ ପର୍ଯ୍ୟଟକ ପୁଲିସ ର ଚେକିଂ […] The post ଛୁଟିଦିନ ରେ ଗୋପାଳପୁର ପୁଲିସ ପକ୍ଷରୁ ଗାଡି ଚେକିଂ ନା ରେ ପର୍ଯ୍ୟଟକଙ୍କୁ ହଇରାଣ ଅଭିଯୋଗ। appeared first on Odisha.News.

ଛୁଟିଦିନ ରେ ଗୋପାଳପୁର ପୁଲିସ ପକ୍ଷରୁ ଗାଡି ଚେକିଂ ନା ରେ ପର୍ଯ୍ୟଟକଙ୍କୁ ହଇରାଣ ଅଭିଯୋଗ।

ଗୋପାଳପୁର,୧୪/୦୧ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ରବିବାର ସମେତ ଛୁଟି ଦିନମାନଙ୍କରେ ଏଠାକୁ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକ ମାନେ ନିଜ ନିଜର ମୋଟରସାଇକେଲ,କାର ସହ ସିଟି ବସ ଯୋଗେ ଗୋପାଳପୁର ବୁଲିବାକୁ ଆସିଥାନ୍ତି। କିନ୍ତୁ ଗତ କିଛି ମାସ ହେବ ଗୋପାଳପୁର ପୁଲିସ ପକ୍ଷରୁ ଛୁଟିଦିନ ଓ ରବିବାର ମାନଙ୍କରେ ଗାଡି ଚେକିଂ କରାଯାଇ ପର୍ଯ୍ୟଟକ ଙ୍କୁ ହଇରାଣ କରି ଯାଉଥିବା ଅଭିଯୋଗ ହୋଇଛି। ଯାହାଫଳରେ ଅନେକ ପର୍ଯ୍ୟଟକ ପୁଲିସ ର ଚେକିଂ କୁ ଦେଖି ଅଧ ରାସ୍ତା ରୁ ଗାଡି ନେଇ ଫେରି ଯିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ବିଶେଷ କରି ଆଲ୍ଲିପୁର ଛକ, ଗୋପାଳପୁର କଲେଜ ଛକ ସମେତ ଷଣ୍ଢ ଛକ ଓ ଥାନା ସମ୍ମୁଖ ଗାଡି ମୋଟର ଯାଞ୍ଚ କରିଥାନ୍ତି। ବେଳେ ବେଳେ ମୋଟରସାଇକେଲ ରେ ତିନିଜଣ କିମ୍ବା ହେଲମେଟ ନଂ ପିନ୍ଧି ଆସିଥିବା ପର୍ଯ୍ୟଟକ ମାନଙ୍କ ମୋଟରସାଇକେଲ କୁ ପୁଲିସ ସିଜ କରି ଦେଇଥାନ୍ତି। ଯାହାଫଳରେ ମୋଟର ସାଇକେଲରେ ରେ ଆସିଥିବା ପର୍ଯ୍ୟଟକ ମାନେ ସେମାନଙ୍କ ମୋଟରସାଇକେଲ ସିଜ ହେବା ଫଳରେ ଘରକୁ ଫେରିବାକୁ ଅଟୋ ର ସାହାରା ନେଇ ବହୁ ଖର୍ଚ୍ଚାନ୍ତ ହୋଇ ଘରକୁ ଫେରିବାକୁ ପଡ଼ିଥାଏ।ଏହା ସହ ଅନ୍ୟ ଦିନ ମାନଙ୍କରେ ଗୋପାଳପୁର ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ ସଠିକ ଭାବେ ନହୋଇ ପାରିବାରୁ ବିଗତ ମାସ ମାନଙ୍କରେ ଅନେକ ଚୋରି ହୋଇଥିବା ପୁଲିସ ରେକର୍ଡ ରୁ ଜଣା ପଡ଼ିଛି। ଏଣୁ ଗୋପାଳପୁର ପୁଲିସ ଗାଡି ମୋଟର ଯାଞ୍ଚ ନା ରେ ପର୍ଯ୍ୟଟକ ଙ୍କୁ ହଇରାଣ ନକରି ସେମାନଙ୍କୁ ଗୋପାଳପୁର ବୁଲିବାକୁ ଦେବାକୁ ଅନେକ ଦାବି ଜଣାଇଛନ୍ତି।ଆଜି ଠାରୁ ଦୁଇ ଦିନିଆ ମକର ମହୋତ୍ସବ ଗୋପାଳପୁର ବେଳାଭୂମି ରେ ଆୟୋଜିତ ହେଉଥିବାରୁ ଅପରାହ୍ନ ପରେ ଗୋପାଳପୁର କୁ ମହୋତ୍ସବ ର ମଜା ନେବାକୁ ପରିବାର ସହ ଆସିବା ଦେଖା ଦେଇଥିଲା। କିନ୍ତୁ ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ଗାଡି ମୋଟର ଯାଞ୍ଚ ଯୋଗୁଁ ଅନେକ ପର୍ଯ୍ୟଟକ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା।

The post ଛୁଟିଦିନ ରେ ଗୋପାଳପୁର ପୁଲିସ ପକ୍ଷରୁ ଗାଡି ଚେକିଂ ନା ରେ ପର୍ଯ୍ୟଟକଙ୍କୁ ହଇରାଣ ଅଭିଯୋଗ। appeared first on Odisha.News.