‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା

ନୂଆଦିଲ୍ଲୀ,୫।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଚଳିତ ନିର୍ବାଚନରେ ଭାଜପାରୁ ତାଙ୍କୁ ଟିକେଟ୍‌ ମିଳିଛି। ଗତକାଲି ଅର୍ଥାତ୍‌ ଗୁରୁବାର ଏକ ସାକ୍ଷତକାରରେ ତାଙ୍କର ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଯାହାକୁ ନେଇ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡିଛି। ସାକ୍ଷାତକାରର ଭାଇରାଲ କ୍ଲିପ୍‌ରେ ଶୁଣିବାକୁ ମିଳିଛି ଯେ, କଙ୍ଗନା ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ଯାହାକୁ ନେଇ କଂଗ୍ରେସ, ବିଆରଏସ […] The post ‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା appeared first on Dharitri Odia News.

‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା

ନୂଆଦିଲ୍ଲୀ,୫।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଚଳିତ ନିର୍ବାଚନରେ ଭାଜପାରୁ ତାଙ୍କୁ ଟିକେଟ୍‌ ମିଳିଛି। ଗତକାଲି ଅର୍ଥାତ୍‌ ଗୁରୁବାର ଏକ ସାକ୍ଷତକାରରେ ତାଙ୍କର ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଯାହାକୁ ନେଇ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡିଛି।

ସାକ୍ଷାତକାରର ଭାଇରାଲ କ୍ଲିପ୍‌ରେ ଶୁଣିବାକୁ ମିଳିଛି ଯେ, କଙ୍ଗନା ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ଯାହାକୁ ନେଇ କଂଗ୍ରେସ, ବିଆରଏସ ସମେତ ଅନେକ ଦଳର ନେତା ଓ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି।

ଭିଡିଓ ଭାଇରାଲ ହେବା ପରେ ବିଆରଏସ ନେତା କେଟିଆର ତାଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଗ୍ରାଜୁଏଶନ କେଉଁଠୁ କରିଛନ୍ତି? ଭାଇରାଲ ଭିଡିଓଟି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ କଙ୍ଗନା ଏପରି କହିଛନ୍ତି।

The post ‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା appeared first on Dharitri Odia News.