ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା,୧୭।୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ ବର୍ଷ ୧ ହଜାର ହେକ୍ଟରକୁ ଛୁଇଁ ପାରିନାହିଁ।  ସେହିପରି ଝୋଟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ବହୁ ଅର୍ଥକାରୀ ଫସଲ ଉତ୍ପାଦନ, ବିକ୍ରି […] The post ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ appeared first on Dharitri Odia News.

ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା,୧୭।୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ ବର୍ଷ ୧ ହଜାର ହେକ୍ଟରକୁ ଛୁଇଁ ପାରିନାହିଁ।  ସେହିପରି ଝୋଟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ବହୁ ଅର୍ଥକାରୀ ଫସଲ ଉତ୍ପାଦନ, ବିକ୍ରି ପାଇଁ ଜଳ ପରିଚାଳନା ଓ ମଣ୍ଡିର ଅଭାବ ଦେଖାଦେଇଛି। ଉନ୍ନତ ଜ୍ଞାନ କୌଶଳ ପ୍ରଦାନ ସହିତ ଉପାନ୍ତ ଅଞ୍ଚଳରେ ଥିବା ନଦୀଗୁଡ଼ିକ ସଂଯୋଗୀକରଣ ପାଇଁ ଏକ ବୃହତ୍‌ କେନାଲର ଆବଶ୍ୟକତା ଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇର ଆଖୁଚାଷୀ ଅକ୍ଷୟ ବେହେରା କହିଛନ୍ତି, ଜିଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ୧୦ ବର୍ଷ ପୂର୍ବେ ଆଖୁଚାଷକୁ ପ୍ରାଧାନ୍ୟ ଦେଇଥିଲେ। ତତ୍କାଳୀନ ସମୟରେ ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଅଞ୍ଚଳରେ ଆଖୁ ଚାଷ ହେଉଥିଲା। ନିକଟସ୍ଥ କୃଷ୍ଣଦାସପୁରରେ ଏକ ଆଖୁ ମିଲ ହୋଇଥିଲା। ଏହି ମିଲ ବନ୍ଦ ହେବା ସହିତ କ୍ଷେତକୁ ଜଳ ପରିଚାଳନା ଏହି ଚାଷକୁ ନଷ୍ଟ କରିଛି। ବୃହତ୍‌ ବଜାର ଅଭାବରୁ ପର୍ବ ପର୍ବାଣୀ ପାଇଁ ମାତ୍ର ହଜାର ହେକ୍ଟର ଅଞ୍ଚଳରେ ଏବେ ଚାଷ ହେଉଛି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଜିଲାରେ ଚାଷ କରି ସାମ୍ପ୍ରତିକ ସମୟରେ ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର। ୧୫ ଏକର ଜମିରେ ହରଡ଼ ଓ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଚଳିତ ବର୍ଷ ମଜୁରୀ, ଜଳ ଯୋଗାଣ ଆଦି ଅସୁବିଧା ସୃଷ୍ଟି ହେବାରୁ କ୍ଷେତ ପଡ଼ିଆ ରହିବ। ବଜାରରେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ବାଧ୍ୟ ହୋଇ ଦୁଇ ପୁଅଙ୍କ କର୍ମ ନିଯୁକ୍ତି ପାଇଁ ସୁରଟକୁ ଯାଇଛନ୍ତି ା କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସ୍ଲୋଗାନ ଓ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡ଼ା ଜିଲାର କୃଷି ପ୍ରତି ବିଶେଷ ଧ୍ୟାନ ଦେବା ପ୍ରତିଶ୍ରୁତି ଏଠାରେ କାର୍ଯ୍ୟକାରୀ ହେଉନାହିଁ। ଦୀର୍ଘ ୨୫ ବର୍ଷ ଧରି ଜଳସେଚନ ପାଇଁ କେନାଲ ଖନନ ହୋଇ ନ ଥିବା ବେଳେ ଖରିଫ ଧାନ ଚାଷ ସମୟରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ରାଜ୍ୟରେ ପ୍ରତିବର୍ଷ ୨.୨୧ ଲକ୍ଷ ମେଟ୍ରିକ ଟନ ଚିନିର ଆବଶ୍ୟକତା ଅଛି। ଏଥିପାଇଁ ଆଖୁଚାଷକୁ ପ୍ରୋତ୍ସାହନ ମିଳିବା କଥା। କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ଏବେ ତଳମୁ।ହାଁ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚିନିକଳକୁ ବନ୍ଦ କରାଯାଉଛି। ଉପଯୁକ୍ତ ବଜାର ମଣ୍ଡି ନ ହେଲେ ଚାଷୀ କ୍ଷତି ସହିବ।ବୁଦ୍ଧିଜୀବୀ ମୀର ଅବୁ ଓବେଦା କହିଛନ୍ତି, ଏହି ଜିଲା ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଉପାନ୍ତ ଅଞ୍ଚଳରେ ଥିବା ନଦୀର ସଂଯୋଗୀକରଣ କେନାଲ ଆବଶ୍ୟକ। ବନ୍ୟା ସମୟରେ ଏହାକୁ ସୁପରିଚାଳନା କରିହେବ ା ସେହିପରି ବିଭିନ୍ନ ବ୍ଲକେଜ ମାଧ୍ୟମରେ କ୍ଷେତକୁ ଜଳ ସେଚନ ହୋଇପାରିବ।
ଏସମ୍ପର୍କରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ଜୋନରେ ଅଛି।। ଜିଲାରେ ଚାଷ ପାଇଁ ଉପଯୁକ୍ତ ପରିମାଣରେ ବର୍ଷା ହେଉଥିଲେ ମଧ୍ୟ ୪ ପ୍ରକାର ମାଟି ଅଛି। ଏହାକୁ ଭିତ୍ତିକରି ସମନ୍ବିତ ଚାଷକୁ ଗୁରୁତ୍ୱ ଦିଆଯାଇଛି।  ପୋଖରୀ, ପନିପରିବା, ଫଳ ଗଛ ଲଗାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଛେଳି, କୁକୁଡ଼ା ଫାର୍ମ, ଛତୁ, ହଳଦୀ ଓ ଔଷଧୀୟ ବୃକ୍ଷ ଜିଲାର ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ସେ ମତ ଦେଇଛନ୍ତି। ତ୍ପା

The post ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ appeared first on Dharitri Odia News.