ଛେଚିବ ବର୍ଷା: ୨ ଜିଲାକୁ ଅରେଞ୍ଜ, ୨୧ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୬।୯ (ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବୁଧବାର ଭବାନୀପାଟଣାରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବୌଦ୍ଧ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଉଭୟ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଦୁଇ ଜିଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା […] The post ଛେଚିବ ବର୍ଷା: ୨ ଜିଲାକୁ ଅରେଞ୍ଜ, ୨୧ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.
ଭୁବନେଶ୍ୱର,୨୬।୯ (ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବୁଧବାର ଭବାନୀପାଟଣାରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବୌଦ୍ଧ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଉଭୟ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଦୁଇ ଜିଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେବାର ସମ୍ଭାବନା ଥିବାବେଳେ କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇପାରେ। ଯାତାୟାତ ବାଧାପ୍ରାପ୍ତ ହେବା ସହ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଏ ନେଇ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ଅବଗତ କରାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ୨୧ ଜିଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି।
The post ଛେଚିବ ବର୍ଷା: ୨ ଜିଲାକୁ ଅରେଞ୍ଜ, ୨୧ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.