ଛେଣ୍ଡିପଦାରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ, ମୁଣ୍ଡରେ ରହିଛି ଗଭୀର କ୍ଷତ

ଅନୁଗୋଳ: ଛେଣ୍ଡିପଦାରେ ଗୁଳିବିଦ୍ଧ ଦନ୍ତା ହାତୀକୁ ଠାବ କରିଛି ବନ ବିଭାଗ। ଯାହାର ବୟସ ଆନୁମାନିକ ୩୩ ବର୍ଷ ହେବ। ହାତୀର ମୁଣ୍ଡରେ ୫ କ୍ଷତ ଥିବା ଜଣାପଡିଛି। ଦୁଇ ଦିନ ହେବ ଅସୁସ୍ଥ ହାତୀଟି ଏହି ଅଞ୍ଚଳରେ ଏଣେତେଣେ ବୁଲୁଥିବା ଖବର ପାଇ ବନବିଭାଗ ସପୋଇସାହି ନିକଟସ୍ଥ ଏକ ବିଲରେ ହାତୀକୁ ଠାବ କରିଥିଲା। Also read- ବଢ଼ିଲା ସ୍କୁଲ ପାଚିକାଙ୍କ ସହାୟତା ରାଶି, କୃଷକ ସାଥୀଙ୍କ ଖର୍ଚ୍ଚ ପରିମାଣ ୧୮  ହଜାରକୁ ବୃଦ୍ଧି ସାତକୋଶିଆର ପଶୁଚିକିତ୍ସକ ଡାକ୍ତରମାନେ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିଛନ୍ତି। ତାର ମୁଣ୍ଡର ପାଞ୍ଚଟି ଜାଗାରେ କ୍ଷତ ଚିହ୍ନ ରହିଛି। ହାତୀ ନିକଟକୁ କାହାକୁ ନ ଯିବାକୁ ବାରଣ କରାଯାଇଛି। ବନ ବିଭାଗ ହାତୀକୁ ତୀକ୍ଷ୍ଣ ନଜରରେ ରଖିଛି। କେଉଁ କାରଣ ରୁ ହାତୀ ମୁଣ୍ଡରେ କ୍ଷତ ହୋଇଛି ବନ ବିଭାଗ ଅନୁସନ୍ଧାନ ଚଳାଇଥିବା ବନ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ପାଇଁ ହାତୀକୁ ସେଇଠି ଚିକିତ୍ସା ଚାଲିବ, ଆବଶ୍ୟକ ପଡ଼ିଲେ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ ବୋଲି କହିଛନ୍ତି ଅନୁଗୋଳ DFO । The post ଛେଣ୍ଡିପଦାରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ, ମୁଣ୍ଡରେ ରହିଛି ଗଭୀର କ୍ଷତ appeared first on Prameya News7.

ଛେଣ୍ଡିପଦାରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ, ମୁଣ୍ଡରେ ରହିଛି ଗଭୀର କ୍ଷତ

ଅନୁଗୋଳ: ଛେଣ୍ଡିପଦାରେ ଗୁଳିବିଦ୍ଧ ଦନ୍ତା ହାତୀକୁ ଠାବ କରିଛି ବନ ବିଭାଗ। ଯାହାର ବୟସ ଆନୁମାନିକ ୩୩ ବର୍ଷ ହେବ। ହାତୀର ମୁଣ୍ଡରେ ୫ କ୍ଷତ ଥିବା ଜଣାପଡିଛି। ଦୁଇ ଦିନ ହେବ ଅସୁସ୍ଥ ହାତୀଟି ଏହି ଅଞ୍ଚଳରେ ଏଣେତେଣେ ବୁଲୁଥିବା ଖବର ପାଇ ବନବିଭାଗ ସପୋଇସାହି ନିକଟସ୍ଥ ଏକ ବିଲରେ ହାତୀକୁ ଠାବ କରିଥିଲା।

Also read- ବଢ଼ିଲା ସ୍କୁଲ ପାଚିକାଙ୍କ ସହାୟତା ରାଶି, କୃଷକ ସାଥୀଙ୍କ ଖର୍ଚ୍ଚ ପରିମାଣ ୧୮  ହଜାରକୁ ବୃଦ୍ଧି

ସାତକୋଶିଆର ପଶୁଚିକିତ୍ସକ ଡାକ୍ତରମାନେ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିଛନ୍ତି। ତାର ମୁଣ୍ଡର ପାଞ୍ଚଟି ଜାଗାରେ କ୍ଷତ ଚିହ୍ନ ରହିଛି। ହାତୀ ନିକଟକୁ କାହାକୁ ନ ଯିବାକୁ ବାରଣ କରାଯାଇଛି। ବନ ବିଭାଗ ହାତୀକୁ ତୀକ୍ଷ୍ଣ ନଜରରେ ରଖିଛି। କେଉଁ କାରଣ ରୁ ହାତୀ ମୁଣ୍ଡରେ କ୍ଷତ ହୋଇଛି ବନ ବିଭାଗ ଅନୁସନ୍ଧାନ ଚଳାଇଥିବା ବନ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ପାଇଁ ହାତୀକୁ ସେଇଠି ଚିକିତ୍ସା ଚାଲିବ, ଆବଶ୍ୟକ ପଡ଼ିଲେ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ ବୋଲି କହିଛନ୍ତି ଅନୁଗୋଳ DFO ।

The post ଛେଣ୍ଡିପଦାରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ, ମୁଣ୍ଡରେ ରହିଛି ଗଭୀର କ୍ଷତ appeared first on Prameya News7.