ଛେତ୍ରୀଙ୍କ ପାଇଁ ଗୁରୁବାର ମ୍ୟାଚ୍ ଅବିସ୍ମରଣୀୟ, ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପଡିବ ପୂର୍ଣ୍ଣଛେଦ
କୋଲକାତା ୦୬/୦୬: ସଲ୍ଟ ଲେକ୍ ଷ୍ଟାଡିୟମରେ ଆସନ୍ତାକାଲି ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ଭ୍ରମଣକାରୀ କୁଏତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଏହା କ୍ୟାରିୟରରେ ଶେଷ ମ୍ୟାଚ୍ । ଭାରତ ଏହି ମ୍ୟାଚ୍ ଜିତି ପାରିଲେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିବ । ସେମିତି ଛେତ୍ରୀଙ୍କପାଇଁ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ତାଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଗୁରୁବାର ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଦୀର୍ଘ ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଛେତ୍ରୀ ପୂର୍ଣ୍ଣଚ୍ଛେଦ ପକାଇବେ । ଶେଷ ମ୍ୟାଚ୍ରେ ଦଳକୁ ଜିତାଇବା ନେଇ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ ଭାରତ ଗ୍ରୁପ୍ ଏ’ରେ ରହିଛି । ଏହି ଗ୍ରୁପ୍ରେ କତାର ୪ଟି ମ୍ୟାଚ୍ରେ ବିଜୟୀ ୧୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବାବେଳେ ଭାରତ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ସହ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ଯଦି କୁଏତକୁ ଦଳ ଘରୋଇ ଗ୍ରାଉଣ୍ଡରେ ପରାଜିତ କରିବାରେ ସଫଳ ହେଉଛି,ତେବେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହେବାର ଯଥେଷ୍ଟ ସୁଯୋଗ ରହିଛି । ଏହାର ପୂର୍ବ ମ୍ୟାଚ୍ଟି ଭାରତ ଭୁବନେଶ୍ୱରରେ କତାରକୁ ଭେଟିଥିଲା । କିନ୍ତୁ ଭ୍ରମଣକାରୀ ଦଳ ୩-୦ ଗୋଲରେ ଏହି ମ୍ୟାଚ୍ ଜିତି ନେଇଥିଲା । ହେଲେ ପ୍ରଥମ ଭେଟରେ ଭାରତ ଗତ ନଭେମ୍ବର
କୋଲକାତା ୦୬/୦୬: ସଲ୍ଟ ଲେକ୍ ଷ୍ଟାଡିୟମରେ ଆସନ୍ତାକାଲି ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ଭ୍ରମଣକାରୀ କୁଏତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଏହା କ୍ୟାରିୟରରେ ଶେଷ ମ୍ୟାଚ୍ । ଭାରତ ଏହି ମ୍ୟାଚ୍ ଜିତି ପାରିଲେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିବ ।
ସେମିତି ଛେତ୍ରୀଙ୍କପାଇଁ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ତାଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଗୁରୁବାର ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଦୀର୍ଘ ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଛେତ୍ରୀ ପୂର୍ଣ୍ଣଚ୍ଛେଦ ପକାଇବେ । ଶେଷ ମ୍ୟାଚ୍ରେ ଦଳକୁ ଜିତାଇବା ନେଇ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ ଭାରତ ଗ୍ରୁପ୍ ଏ’ରେ ରହିଛି ।
ଏହି ଗ୍ରୁପ୍ରେ କତାର ୪ଟି ମ୍ୟାଚ୍ରେ ବିଜୟୀ ୧୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବାବେଳେ ଭାରତ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ସହ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ଯଦି କୁଏତକୁ ଦଳ ଘରୋଇ ଗ୍ରାଉଣ୍ଡରେ ପରାଜିତ କରିବାରେ ସଫଳ ହେଉଛି,ତେବେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହେବାର ଯଥେଷ୍ଟ ସୁଯୋଗ ରହିଛି ।
ଏହାର ପୂର୍ବ ମ୍ୟାଚ୍ଟି ଭାରତ ଭୁବନେଶ୍ୱରରେ କତାରକୁ ଭେଟିଥିଲା । କିନ୍ତୁ ଭ୍ରମଣକାରୀ ଦଳ ୩-୦ ଗୋଲରେ ଏହି ମ୍ୟାଚ୍ ଜିତି ନେଇଥିଲା । ହେଲେ ପ୍ରଥମ ଭେଟରେ ଭାରତ ଗତ ନଭେମ୍ବର ୧୬ ତାରିଖରେ କୁଏତକୁ ତା’ର ଘରୋଇ ଗ୍ରାଉଣ୍ଡରେ ହରାଇ ଥିଲା । ଯାହା ଏକ ଐତିହାସିକ ସଫଳତା ରହିଥିଲା । ଏଥର ମଧ୍ୟ ଘରୋଇ ଗ୍ରାଉଣ୍ଡରେ ପୂର୍ବ ଧାରା ବଜାୟ ରଖିବାକୁ ବେଶ ଭଲ ଭାବରେ ପ୍ରସ୍ତୁତ ହୋଇଛି ।
ଭାରତୀୟ କୋଚ ଇଗୋର ଷ୍ଟିମାକ ଅଧିକରୁ ଅଧିକ ସଂଖ୍ୟାରେ ଷ୍ଟାଡିୟମକୁ ଆସି ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ‘ଯଦି ଆମେ କୁଏତକୁ ପରାଜିତ କରିବାରେ ସଫଳ ହେଉଛୁ, ତେବେ ଏହା ହେବ ମୋ ଖେଳ ଓ ପ୍ରଶିକ୍ଷଣ ଜୀବନର ବହୁ ବଡ଼ ମୁହୂର୍ତ୍ତ ।’