୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌: ୧୫ମୃତ

ଜମ୍ମୁ-କଶ୍ମୀର,୩୦।୫: କରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛି। ଏହି ଦୁର୍ଘଟଣା ଜମ୍ମୁ-ରାଜୋରୀ ରାଜପଥ ଚୋକିଚୋରା ଟାଙ୍ଗଲିମୋର୍‌ଠାରେ ଘଟିଛି। ବସ୍‌ଟି ଭାରସାମ୍ୟ ପ୍ରାୟ ୧୫୦ ଫୁଟ ଘାଟି ତଳକୁ ଖସିପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର […] The post ୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌: ୧୫ମୃତ appeared first on Dharitri Odia News.

୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌: ୧୫ମୃତ

ଜମ୍ମୁ-କଶ୍ମୀର,୩୦।୫: କରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛି। ଏହି ଦୁର୍ଘଟଣା ଜମ୍ମୁ-ରାଜୋରୀ ରାଜପଥ ଚୋକିଚୋରା ଟାଙ୍ଗଲିମୋର୍‌ଠାରେ ଘଟିଛି। ବସ୍‌ଟି ଭାରସାମ୍ୟ ପ୍ରାୟ ୧୫୦ ଫୁଟ ଘାଟି ତଳକୁ ଖସିପଡିଛି।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଅଖନୋର ହସ୍ପିଟାଲ ଏବଂ ଜିଏମ୍‌ସି ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ପୋଲିସ ଘଟଣା ତଦନ୍ତ ଚଳାଇଛି ।

 

The post ୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌: ୧୫ମୃତ appeared first on Dharitri Odia News.