ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବନ୍ଦେଇପଦର ଗାଁର ସୁଶୀଲ ସାହୁ। ଅନ୍ୟପକ୍ଷେ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ସୁଶୀଲ ସାହୁ ଗୁରୁବାର ପୁଟୁଳାମହୁଲ ଗାଁକୁ ଯାଇଥିଲେ। ସେତିକିବେଳେ ଗାଁର ପିଣ୍ଟୁ […] The post ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ appeared first on Dharitri Odia News.

ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବନ୍ଦେଇପଦର ଗାଁର ସୁଶୀଲ ସାହୁ। ଅନ୍ୟପକ୍ଷେ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ସୁଶୀଲ ସାହୁ ଗୁରୁବାର ପୁଟୁଳାମହୁଲ ଗାଁକୁ ଯାଇଥିଲେ। ସେତିକିବେଳେ ଗାଁର ପିଣ୍ଟୁ ସାହୁଙ୍କ ସହ ବସି ମଦ୍ୟପାନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପିଣ୍ଟୁ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ସୁଶୀଲଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଆକ୍ରମଣ ବେଳେ ଅନ୍ୟଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ପିଣ୍ଟୁ ଏବଂ ସୁଶୀଲ ଉଭୟ ଭଲ ସାଙ୍ଗ ଥିଲେ। ଘଟଣା ପରେ ଅଭିଯୁକ୍ତ ପିଣ୍ଟୁ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ଅଭିଯୁକ୍ତକୁ ଧରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

The post ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ appeared first on Dharitri Odia News.