ଛେଳି ଚୋର ସନ୍ଦେହ କରି ପିଟି ପିଟି ମାରିଦେଲେ

ପାଟନା,୬ା୯: ବିହାରର ବେଗୁସରାଇ ଜିଲାରେ ଶୁକ୍ରବାର ଛେଳି ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ସେମାନଙ୍କ ମାଡ଼ରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଜିଲାର ଭଓ୍ବାନନ୍ଦପୁର ଗ୍ରାମରେ ମନୋଜ ପାଶ୍ୱାନଙ୍କ ଛେଳି ଚୋରିକରି ୨ ଯୁବକ ଖସି ପଳାଇବାକୁ ଉଦ୍ୟମ କଲା ବେଳେ ସେମାନଙ୍କ ମୋଟରସାଇକେଲ ରୋଡ୍‌ ଡିଭାଇଡରରେ ମାଡ଼ ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଧରିନେଇ ଗଛରେ ବାନ୍ଧି ଠେଙ୍ଗା ଓ ଲୁହା ଛଡ଼ରେ ନିର୍ଘାତ ପିଟିଥିଲେ। ଘଟଣାସ୍ଥଳରେ […] The post ଛେଳି ଚୋର ସନ୍ଦେହ କରି ପିଟି ପିଟି ମାରିଦେଲେ appeared first on Dharitri Odia News.

ଛେଳି ଚୋର ସନ୍ଦେହ କରି ପିଟି ପିଟି ମାରିଦେଲେ

ପାଟନା,୬ା୯: ବିହାରର ବେଗୁସରାଇ ଜିଲାରେ ଶୁକ୍ରବାର ଛେଳି ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ସେମାନଙ୍କ ମାଡ଼ରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଜିଲାର ଭଓ୍ବାନନ୍ଦପୁର ଗ୍ରାମରେ ମନୋଜ ପାଶ୍ୱାନଙ୍କ ଛେଳି ଚୋରିକରି ୨ ଯୁବକ ଖସି ପଳାଇବାକୁ ଉଦ୍ୟମ କଲା ବେଳେ ସେମାନଙ୍କ ମୋଟରସାଇକେଲ ରୋଡ୍‌ ଡିଭାଇଡରରେ ମାଡ଼ ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଧରିନେଇ ଗଛରେ ବାନ୍ଧି ଠେଙ୍ଗା ଓ ଲୁହା ଛଡ଼ରେ ନିର୍ଘାତ ପିଟିଥିଲେ। ଘଟଣାସ୍ଥଳରେ ରୋହିତ କୁମାର(୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ ଆହତ ରାହୁଲ କୁମାର ପାଶ୍ୱାନ (୨୫)ଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ସେମାନେ କୌଣସି ସ୍ଥାନକୁ ଯାଉଥିବାବେଳେ ଛେଳିଟି ସେମାନଙ୍କ ମୋଟରସାଇକେଲ ଚକରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଛେଳିଚୋର ସନ୍ଦେହ କରି ପିଟିଥିଲେ ବୋଲି ରୋହିତଙ୍କ ପରିବାର ଲୋକେ କହିଛନ୍ତି।

The post ଛେଳି ଚୋର ସନ୍ଦେହ କରି ପିଟି ପିଟି ମାରିଦେଲେ appeared first on Dharitri Odia News.