ଛୋଟ ବୟସରେ ବଡ କାମ, ଉତ୍ତର ଆଫ୍ରିକାର ସବୁଠୁ ଉଚ୍ଚ ପର୍ବତ ଚଢି କଲେ ରେକର୍ଡ

ନୂଆଦିଲ୍ଲୀ ୯/୯: ତୁଳସୀ ୨ ପତ୍ରରୁ ବାସିଲା । ରେକର୍ଡ କଲା କୁନି ଝିଅ ସେରେନ ପ୍ରାଇସ । ବୟସ ମାତ୍ର ୬ ବର୍ଷ । ପଢିବା ଖେଳିବା ବୟସରେ ସେ କରିଛନ୍ତି ବଡ କାମ । ଏତେ କମ୍‌ ବୟସରୁ ପର୍ବତ ଚଢି କରିଛନ୍ତି ନୂଆ ରେକର୍ଡ । ଉତ୍ତର ଆଫ୍ରିକାର ସବୁଠାରୁ ଉଚ୍ଚ ମରୋକ୍କୋର ଟ୍ୟୁବକୁଲ ପର୍ବତ ଚଢିବାରେ ସେ ହେଉଛନ୍ତି ସବୁଠାରୁ କମ୍‌ ବୟସର ଝିଅ । ୧୩ ହଜାର ଫୁଟ୍‌ର ଏହି ଉଚ୍ଚ ପାହାଡର ଟପ୍‌ରେ ପହଞ୍ଚିବାକୁ ତାଙ୍କୁ ୪୮ ଘଣ୍ଟା ଲାଗିଥିଲା । ବ୍ରିଟିଶର ଏହି କୁନି ପର୍ବତ ଚଢାଳି ସେରେନଙ୍କୁ ନେଇ ଏବେ ଜୋର ଚର୍ଚ୍ଚା ।ସେରେନଙ୍କ ପର୍ବତ ଚଢା ରେକର୍ଡ ପଛରେ ରହିଛି ମହତ ଉଦ୍ଦେଶ୍ୟ । ଯେଉଁ ହସ୍‌ପିଟାଲର ତାଙ୍କ ଜୀବନ ବଞ୍ଚାଇଥିଲା ସେହି ହସ୍‌ପିଟାଲ ପାଇଁ ଅର୍ଥ ଯୋଗାଡ କରିବାକୁ ସେରେନଙ୍କ ଏ ପରିଶ୍ରମ ଏ ରେକର୍ଡ । ଯାହା ସେରେନଙ୍କ ବାପା ଗ୍ଲିନ ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ସେରେନ ସମୟ ପୂର୍ବରୁ ଜନ୍ମ ହୋଇଥିଲେ । ତାଙ୍କ ବେକରେ ସମସ୍ୟା ଥିବାରୁ ସର୍ଜରୀ କରିବାକୁ ପଡିଥିଲା । ପଶ୍ଚିମ ୟୁରୋପର ବର୍ମିଘମ ଶିଶୁ ହସ୍‌ପିଟଲାରେ ଚିକିତ୍ସିତ ହୋଇ ଭଲ ହୋଇଥିଲେ । ଆଉ ଏବେ ସେହି ହସ୍‌ପିଟାଲ ପାଇଁ ଅର୍ଥ ଯୋଗାଡରେ ଲାଗିଛନ୍ତି ସେରେନ ।ଅଗଷ୍ଟ ମାସରେ ସେରେନ ତାଙ୍କ ପିତାଙ୍କ ସହ ମରକ୍କୋ ଉଡାଣ ଭରି ଆଟଲାସ ପର୍ବତ ସ୍ଥିତ ଏକ ଗାଁରେ ପହଞ୍ଚିଥିଲେ । ଆଉ ନିଜର ଗାଇଡ ସହ ମାଉଣ୍ଟ ଟ୍ୟୁବକୁଲ ବେସ କ୍ୟାମ୍ପ ସହ ୮ ଘଣ୍ଟା ପାଦରେ ଚାଲି ଯାଇଥି

ଛୋଟ ବୟସରେ ବଡ କାମ, ଉତ୍ତର ଆଫ୍ରିକାର ସବୁଠୁ ଉଚ୍ଚ ପର୍ବତ ଚଢି କଲେ ରେକର୍ଡ

ନୂଆଦିଲ୍ଲୀ ୯/୯: ତୁଳସୀ ୨ ପତ୍ରରୁ ବାସିଲା । ରେକର୍ଡ କଲା କୁନି ଝିଅ ସେରେନ ପ୍ରାଇସ । ବୟସ ମାତ୍ର ୬ ବର୍ଷ । ପଢିବା ଖେଳିବା ବୟସରେ ସେ କରିଛନ୍ତି ବଡ କାମ । ଏତେ କମ୍‌ ବୟସରୁ ପର୍ବତ ଚଢି କରିଛନ୍ତି ନୂଆ ରେକର୍ଡ । ଉତ୍ତର ଆଫ୍ରିକାର ସବୁଠାରୁ ଉଚ୍ଚ ମରୋକ୍କୋର ଟ୍ୟୁବକୁଲ ପର୍ବତ ଚଢିବାରେ ସେ ହେଉଛନ୍ତି ସବୁଠାରୁ କମ୍‌ ବୟସର ଝିଅ । ୧୩ ହଜାର ଫୁଟ୍‌ର ଏହି ଉଚ୍ଚ ପାହାଡର ଟପ୍‌ରେ ପହଞ୍ଚିବାକୁ ତାଙ୍କୁ ୪୮ ଘଣ୍ଟା ଲାଗିଥିଲା । ବ୍ରିଟିଶର ଏହି କୁନି ପର୍ବତ ଚଢାଳି ସେରେନଙ୍କୁ ନେଇ ଏବେ ଜୋର ଚର୍ଚ୍ଚା ।

ସେରେନଙ୍କ ପର୍ବତ ଚଢା ରେକର୍ଡ ପଛରେ ରହିଛି ମହତ ଉଦ୍ଦେଶ୍ୟ । ଯେଉଁ ହସ୍‌ପିଟାଲର ତାଙ୍କ ଜୀବନ ବଞ୍ଚାଇଥିଲା ସେହି ହସ୍‌ପିଟାଲ ପାଇଁ ଅର୍ଥ ଯୋଗାଡ କରିବାକୁ ସେରେନଙ୍କ ଏ ପରିଶ୍ରମ ଏ ରେକର୍ଡ । ଯାହା ସେରେନଙ୍କ ବାପା ଗ୍ଲିନ ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ସେରେନ ସମୟ ପୂର୍ବରୁ ଜନ୍ମ ହୋଇଥିଲେ । ତାଙ୍କ ବେକରେ ସମସ୍ୟା ଥିବାରୁ ସର୍ଜରୀ କରିବାକୁ ପଡିଥିଲା । ପଶ୍ଚିମ ୟୁରୋପର ବର୍ମିଘମ ଶିଶୁ ହସ୍‌ପିଟଲାରେ ଚିକିତ୍ସିତ ହୋଇ ଭଲ ହୋଇଥିଲେ । ଆଉ ଏବେ ସେହି ହସ୍‌ପିଟାଲ ପାଇଁ ଅର୍ଥ ଯୋଗାଡରେ ଲାଗିଛନ୍ତି ସେରେନ ।

ଅଗଷ୍ଟ ମାସରେ ସେରେନ ତାଙ୍କ ପିତାଙ୍କ ସହ ମରକ୍କୋ ଉଡାଣ ଭରି ଆଟଲାସ ପର୍ବତ ସ୍ଥିତ ଏକ ଗାଁରେ ପହଞ୍ଚିଥିଲେ । ଆଉ ନିଜର ଗାଇଡ ସହ ମାଉଣ୍ଟ ଟ୍ୟୁବକୁଲ ବେସ କ୍ୟାମ୍ପ ସହ ୮ ଘଣ୍ଟା ପାଦରେ ଚାଲି ଯାଇଥିଲେ । ଆଉ ନିଜର ପାହାଡ ଚଢା ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଠାରେ ରାତିରେ ବିଶ୍ରାମ ନେଇଥିଲେ । ଗ୍ଲିନ କହିଛନ୍ତି କି ପ୍ରବଳ ଗରମ ହେଉଥିବାରୁ ପାହାଡ ଚଢିବା ଏତେ ସହଜ ନଥଲା । ହେଲେ ଯେତେବେଳେ ଆମେ ପାହାଡର ଶୀର୍ଷରେ ପହଞ୍ଚିଯାଇଥିଲୁ ବେଶ ମଜାଦାର ଥିଲା । ସେଠାରେ ୨୦ ଜଣ ଲୋକ ଥିଲେ ଯେଉଁମାନେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ । ଆଗକୁ ଆହୁରି ଅନେକ ଉଚ୍ଚ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସେରେନ ।