ଜଗତସିଂହପୁରରେ ନକଲି କ୍ଷୀର ଗୋଦାମ ଉପରେ ଚଢ଼ାଉ
ଭୁବନେଶ୍ୱର : ଜଗତସିଂହପୁରରେ ମଙ୍ଗଳବାର ନକଲି କ୍ଷୀର ଗୋଦାମରେ ଚଢାଉ କରାଯାଇଛି। ତରାସାହିର ବାଲିସାହିରେ ଥିବା ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ମଧ୍ୟ ଜବତ କରାଯାଇଛି। ଏହି ଅପମିଶ୍ରିତ କ୍ଷୀର ଓମ୍ଫେଡ୍କୁ ସପ୍ଲାଏ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୀର୍ଘଦିନ ଧରି ଏହି ଅପମିଶ୍ରିତ କ୍ଷୀର କାରବାର ଚାଲୁ ଥିଲା । ଚାଷୀଙ୍କ ଠାରୁ କ୍ଷୀର ନେଇ ଅପମିଶ୍ରଣ […]

ଭୁବନେଶ୍ୱର : ଜଗତସିଂହପୁରରେ ମଙ୍ଗଳବାର ନକଲି କ୍ଷୀର ଗୋଦାମରେ ଚଢାଉ କରାଯାଇଛି। ତରାସାହିର ବାଲିସାହିରେ ଥିବା ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ମଧ୍ୟ ଜବତ କରାଯାଇଛି। ଏହି ଅପମିଶ୍ରିତ କ୍ଷୀର ଓମ୍ଫେଡ୍କୁ ସପ୍ଲାଏ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୀର୍ଘଦିନ ଧରି ଏହି ଅପମିଶ୍ରିତ କ୍ଷୀର କାରବାର ଚାଲୁ ଥିଲା । ଚାଷୀଙ୍କ ଠାରୁ କ୍ଷୀର ନେଇ ଅପମିଶ୍ରଣ କରାଯାଉଥିଲା। ଖବର ପାଇ ଜଗତସିଂହପୁର ଜିଲା ପ୍ରଶାସନର ୫ ଜଣିଆ ଟିମ୍ ଚଢାଉ କାର୍ଯ୍ୟ କରୁଛନ୍ତି । ଘଟଣାର ତଦନ୍ତ ଜାରି ରହିଛି।