ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି

ବାଲିକୁଦା,୨୨।୭(ତାପସ ସ୍ବାଇଁ): ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଯୁବତୀ ଜଣକ ଘରୁ ଚାଲିଚାଲି ସାଙ୍ଗ ଜନ୍ମଦିନରେ ଯୋଗଦେବାକୁ ଯାଉଥିବାବେଳେ ବାଟରେ ୩ ଜଣ ଯୁବକ ତାଙ୍କୁ ଏକ ବଣ ଭିତରକୁ ଉଠେଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ବାପା ସଦର […] The post ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି appeared first on Dharitri Odia News.

ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି

ବାଲିକୁଦା,୨୨।୭(ତାପସ ସ୍ବାଇଁ): ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଯୁବତୀ ଜଣକ ଘରୁ ଚାଲିଚାଲି ସାଙ୍ଗ ଜନ୍ମଦିନରେ ଯୋଗଦେବାକୁ ଯାଉଥିବାବେଳେ ବାଟରେ ୩ ଜଣ ଯୁବକ ତାଙ୍କୁ ଏକ ବଣ ଭିତରକୁ ଉଠେଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ଏନେଇ ପୀଡ଼ିତାଙ୍କ ବାପା ସଦର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ ଯୁବତୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।

 

The post ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି appeared first on Dharitri Odia News.