ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ
ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ ଛାଡି ଭାଜପାରେ ମିଶିଥିବା ଅନେକ ବଡ଼ ବଡ଼ ନେତା ମଧ୍ୟ ମୁହଁ ଫିଟାଇଛନ୍ତି। ଏହାରି ଭିତରେ ଭାଜପା ନେତା ପ୍ରଶାନ୍ତ ଜଗଦ୍ଦେବ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଏବଂ ଭି.କେ. ପାଣ୍ଡିଆନଙ୍କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗଦେବ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ […] The post ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ appeared first on Dharitri Odia News.
ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ ଛାଡି ଭାଜପାରେ ମିଶିଥିବା ଅନେକ ବଡ଼ ବଡ଼ ନେତା ମଧ୍ୟ ମୁହଁ ଫିଟାଇଛନ୍ତି। ଏହାରି ଭିତରେ ଭାଜପା ନେତା ପ୍ରଶାନ୍ତ ଜଗଦ୍ଦେବ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଏବଂ ଭି.କେ. ପାଣ୍ଡିଆନଙ୍କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି।
ଜଗଦେବ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ବିଜେଡିର ପରାଜୟର ମୁଖ୍ୟ କାରଣ ହେଉଛନ୍ତି ପାଣ୍ଡିଆନଙ୍କର ପ୍ରଭାବ। ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟ ସରକାରକୁ ପାଣ୍ଡିଆନଙ୍କ ନିର୍ବାଚନୀ ରଣନୀତି ଓ ଦଳ ଉପରେ ତାଙ୍କର ଅତ୍ୟଧିକ ପ୍ରଭାବ ହିଁ ହଟାଇଛି।
ଜଗଦେବ ଆହୁରି କହିଛନ୍ତି, ପାଣ୍ଡିଆନ ଜଣେ ଓଡ଼ିଆ ନୁହନ୍ତି ଏବଂ ତାଙ୍କର ତାମିଲ ପରିଚୟ ନିର୍ବାଚନ ପୂର୍ବରୁ ଭାଜପାର ପ୍ରଚାରର ଏକ ମୁଖ୍ୟ ବିଷୟ ଥିଲା। ନବୀନ ବାବୁଙ୍କ ଉପରେ ପାଣ୍ଡିଆନଙ୍କର ଅତ୍ୟଧିକ ନିର୍ଭରତା ଦଳର ପରାଜୟର ଏକ ବଡ଼ କାରଣ। ସେ ଦାବି କରିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା ସତ୍ତ୍ୱେ ପାଣ୍ଡିଆନ ଏବେ ମଧ୍ୟ ବିଜେଡିରେ ପରୋକ୍ଷରେ ପ୍ରଭାବ ବିସ୍ତାର କରୁଛନ୍ତି।
ତେବେ ଏହି ବୟାନ ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡିର କେତେକ ନେତା ଜଗଦ୍ଦେବଙ୍କ ଏହି ଅଭିଯୋଗକୁ ରାଜନୈତିକ ଗୋଟି ଚାଳନା ବୋଲି କହିଛନ୍ତି।
The post ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ appeared first on Dharitri Odia News.