ଜଗନ ରେଡ୍ଡୀଙ୍କୁ ୨୦୨୧ରେ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ, ଆମେରିକା ଏଜେନ୍ସିର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ ୨୨/୧୧: ୨୦୨୧ରେ ତତ୍କାଳୀୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟି ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଗୌତମ ଆଦାନୀ । ଏହି ଅଭିଯୋଗ ଆଣିଛି ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) । SEC ଅଭିଯୋଗ କରିଛି ଯେ ଗୌତମ ଆଦାନୀ ୨୦୨୧ରେ ଜଗନ ରେଡ୍ଡୀଙ୍କୁ ସାକ୍ଷାତ କରି ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (SECI) ସହିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ସମୟରେ ଚୁକ୍ତି ସୁରକ୍ଷିତ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ଟଙ୍କା କାରବାର ନେଇ ଆଲୋଚନା ହୋଇଥିଲା ।  SEC ଦାଖଲ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ "ଏହି ବୈଠକ ସମୟରେ ଆଦାନୀ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ, ନହେଲେ ଲାଞ୍ଚ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୧,୭୫୦ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ବୈଠକର କିଛି ଦିନ ପରେ ଆନ୍ଧ୍ରପ୍ରଦେଶ SECIରୁ ୭ ଗିଗାୱାଟ ଶକ୍ତି କିଣିବାକୁ ରାଜି ହୋଇଥିଲା । ଏହା ସେତେବେଳେ କୌଣସି ରାଜ୍ୟ ଦ୍ୱାରା କିଣାଯାଇଥିବା ସର୍ବାଧିକ ସୌର ଶକ୍ତି ଥିଲା । ଏହାର ଅର୍ଥ ଦିଆଯାଇବା ଲାଞ୍ଚ କିମ୍ବା ପ୍ରତିଶ୍ରୁତି କାମ କରିଛି ବୋଲି ଆମେରିକାର ଏଜେନ୍ସି ଅଭିଯୋଗ କରିଛି । ଆମେରିକାର ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛି ଯେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ୧୨ ଗିଗାୱାଟ ସୌର ଉତ୍ପାଦିତ ବିଦ୍ୟୁତ୍ ଯ

ଜଗନ ରେଡ୍ଡୀଙ୍କୁ ୨୦୨୧ରେ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ, ଆମେରିକା ଏଜେନ୍ସିର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ ୨୨/୧୧: ୨୦୨୧ରେ ତତ୍କାଳୀୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟି ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଗୌତମ ଆଦାନୀ । ଏହି ଅଭିଯୋଗ ଆଣିଛି ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) । SEC ଅଭିଯୋଗ କରିଛି ଯେ ଗୌତମ ଆଦାନୀ ୨୦୨୧ରେ ଜଗନ ରେଡ୍ଡୀଙ୍କୁ ସାକ୍ଷାତ କରି ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (SECI) ସହିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଥିଲେ । 

ଏହି ସମୟରେ ଚୁକ୍ତି ସୁରକ୍ଷିତ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ଟଙ୍କା କାରବାର ନେଇ ଆଲୋଚନା ହୋଇଥିଲା ।  SEC ଦାଖଲ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ "ଏହି ବୈଠକ ସମୟରେ ଆଦାନୀ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ, ନହେଲେ ଲାଞ୍ଚ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୧,୭୫୦ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ବୈଠକର କିଛି ଦିନ ପରେ ଆନ୍ଧ୍ରପ୍ରଦେଶ SECIରୁ ୭ ଗିଗାୱାଟ ଶକ୍ତି କିଣିବାକୁ ରାଜି ହୋଇଥିଲା । 

ଏହା ସେତେବେଳେ କୌଣସି ରାଜ୍ୟ ଦ୍ୱାରା କିଣାଯାଇଥିବା ସର୍ବାଧିକ ସୌର ଶକ୍ତି ଥିଲା । ଏହାର ଅର୍ଥ ଦିଆଯାଇବା ଲାଞ୍ଚ କିମ୍ବା ପ୍ରତିଶ୍ରୁତି କାମ କରିଛି ବୋଲି ଆମେରିକାର ଏଜେନ୍ସି ଅଭିଯୋଗ କରିଛି । ଆମେରିକାର ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛି ଯେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ୧୨ ଗିଗାୱାଟ ସୌର ଉତ୍ପାଦିତ ବିଦ୍ୟୁତ୍ ଯୋଗାଇବା ପାଇଁ SECI ୨୦୨୦ରେ ଆଦାନୀ ଗ୍ରୁପ୍ ଏବଂ ଆଜୁର୍ ପାୱାରକୁ ଟେଣ୍ଡର ଦେଇଥିଲା । ଏହି ଟେଣ୍ଡର ମୂଲ୍ୟ ଅଧିକ ଥିବାରୁ ସୌର ଶକ୍ତି କିଣିବା ପାଇଁ SECI କ୍ରେତା ଖୋଜି ପାଇନଥିଲା । 

SECI କ୍ରେତା ଖୋଜିବାରେ ଅସମର୍ଥ ହେବାରୁ ଆଦାନୀ ଏବଂ ଅଜୁରେ ରାଜ୍ୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଷଡଯନ୍ତ୍ର କରିଥିଲେ। ୨୦୨୧-୨୦୨୩ ମଧ୍ୟରେ ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ସହିତ ଚୁକ୍ତିନାମା ସୁରକ୍ଷିତ ରଖିବା ପାଇଁ ଆଦାନୀ ଗ୍ରୁପ୍ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ ଦେଇଥିବା ଅଭିଯୋଗ କରିଛି ଆମେରିକା ଏଜେନ୍ସି।