ଜଗନମୋହନ ରେଡ୍ଡୀଙ୍କ ପ୍ରାସାଦକୁ ନେଇ ସସପେନ୍ସ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ରାଜକୀୟ ପ୍ରାସାଦକୁ ନେଇ ଚର୍ଚ୍ଚା। ଭାଇଜାଗସ୍ଥିତ ଋଷିକୋଣ୍ଡା ହିଲରେ... The post ଜଗନମୋହନ ରେଡ୍ଡୀଙ୍କ ପ୍ରାସାଦକୁ ନେଇ ସସପେନ୍ସ appeared first on .

ଜଗନମୋହନ ରେଡ୍ଡୀଙ୍କ ପ୍ରାସାଦକୁ ନେଇ ସସପେନ୍ସ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ରାଜକୀୟ ପ୍ରାସାଦକୁ ନେଇ ଚର୍ଚ୍ଚା। ଭାଇଜାଗସ୍ଥିତ ଋଷିକୋଣ୍ଡା ହିଲରେ ନିର୍ମିତ ଏହି କୋଠାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ପ୍ରାସାଦ ନିର୍ମାଣରେ ବ୍ଯାପକ ପାଣ୍ଠିର ଅପବ୍ୟୟ ହୋଇଥିବା ଅଭିଯୋଗ କରିଛି ଟିଡିପି ନେତୃତ୍ବାଧୀନ ଏନଡିଏ ସରକାର। ଏହି ପ୍ରାସାଦକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସିସମହଲ ସହ ବି ତୁଳନା କରାଯାଇଛି। ଟୁରିଷ୍ଟ ହବ୍ କୁହାଯାଉଥିବା ଋଷିକୋଣ୍ଡରେ ପ୍ରାୟ ୧୦ ଏକର ଜମିରେ ନିର୍ମିତ ହୋଇଛି ପ୍ରାସାଦ। ଏଥିରେ ସୁନାର ଛାଉଣୀ, ଇଟାଲୀ ମାର୍ବଲ, ବ୍ୟୟବହୁଳ ଇଣ୍ଟେରିଅର ଆଦି ରହିଛି। ଏହି ପ୍ରାସାଦ ଭିତରେ ୧୦୦ କେଭି ବିଦ୍ୟୁତ ସବଷ୍ଟେସନ ରହିଛି। ଏହି ପ୍ରାସାଦକୁ କଣ କରାଯିବ ସେ ନେଇ ବିତର୍କ କରାଯିବ ବୋଲି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କୋଠାରେ ପ୍ରାୟ ୬୦୦ କୋଟି ଟଙ୍କା ନିବେଶ କରାଯାଇଥିବା ସୂଚନା ମିଳିଛି। ତେଣେ ପରିବେଶ ସନ୍ତୁଳନ ଲାଗି ଏହି ପ୍ରାସାଦକୁ ଭଙ୍ଗାଯିବା ଉଚିତ ବୋଲି ପ୍ରସ୍ତାବ ଆସିଛି। ଏହି କୋଠା ବି ଉପକୂଳ ନିୟାମକ ଜୋନ ବା ସିଆରଜେ଼ଡ ଉଲ୍ଲଂଘନ କରୁଥିବା କୁହାଯଇଛି।

The post ଜଗନମୋହନ ରେଡ୍ଡୀଙ୍କ ପ୍ରାସାଦକୁ ନେଇ ସସପେନ୍ସ appeared first on .