ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ, ଅଧାରାସ୍ତାରେ ଗାଡିର ହେଲା ଦୁର୍ଘଟଣା
କଣାସ ୧୭।୦୩ : ଓଲଟିଲା ସ୍କର୍ପିଓ । ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ମଧୁବନ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିହାରରୁ କିଛି ଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥିଲେ । ହେଲେ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ମଧୁବନ ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସ୍ଥାନୀୟ ପିପିଲି ଥାନା ପୋଲିସ ଘଟଣାସ୍ଥଳରେ ଛାନ୍ଭିନ୍ ଜାରି ରଖିଛି । ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ମଧ୍ୟ ଜବତ କରିଛି । ପୁରା ଜୀବନ ମୁଁ ଧୋନିଙ୍କ ପାଖେ ଋଣୀ, ୧୩ ବର୍ଷ ପୁରୁଣା କଥାକୁ ମନେ ପକାଇ ଭାବୁକ ହେଲେ ଅଶ୍ୱିନ୍
କଣାସ ୧୭।୦୩ : ଓଲଟିଲା ସ୍କର୍ପିଓ । ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ମଧୁବନ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବିହାରରୁ କିଛି ଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥିଲେ । ହେଲେ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ମଧୁବନ ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସ୍ଥାନୀୟ ପିପିଲି ଥାନା ପୋଲିସ ଘଟଣାସ୍ଥଳରେ ଛାନ୍ଭିନ୍ ଜାରି ରଖିଛି । ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ମଧ୍ୟ ଜବତ କରିଛି ।
ପୁରା ଜୀବନ ମୁଁ ଧୋନିଙ୍କ ପାଖେ ଋଣୀ, ୧୩ ବର୍ଷ ପୁରୁଣା କଥାକୁ ମନେ ପକାଇ ଭାବୁକ ହେଲେ ଅଶ୍ୱିନ୍