ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର
ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ। କିନ୍ତୁ ଆଜି ଆଷାଢ ଶୁକ୍ଲ ପକ୍ଷ ଦ୍ୱିତୀୟା ତିଥି ଅବସରରେ ବିଶ୍ୱ ପ୍ରସିଦ୍ଧ ଉଜ୍ଜୟନୀ ମହାକାଳେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜାନୀତି ହୋଇଛି। ମହାକାଳଙ୍କୁ ଆଜି ଜଗନ୍ନାଥ ବେଶରେ ସଜ୍ଜିତ କରାଯାଇଛି। ଏଥିସହ ଭସ୍ମ ଆରତୀରେ ପୂଜା କରାଯାଇଛି। ଉଜ୍ଜୟନୀ ମହାକାଳେଶ୍ବରଙ୍କ ଆଜି ଭସ୍ମ ଆଳତି ସହ ଶୃଙ୍ଗାର କରାଯାଇଛି । […] The post ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର appeared first on Dharitri Odia News.
ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ। କିନ୍ତୁ ଆଜି ଆଷାଢ ଶୁକ୍ଲ ପକ୍ଷ ଦ୍ୱିତୀୟା ତିଥି ଅବସରରେ ବିଶ୍ୱ ପ୍ରସିଦ୍ଧ ଉଜ୍ଜୟନୀ ମହାକାଳେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜାନୀତି ହୋଇଛି। ମହାକାଳଙ୍କୁ ଆଜି ଜଗନ୍ନାଥ ବେଶରେ ସଜ୍ଜିତ କରାଯାଇଛି। ଏଥିସହ ଭସ୍ମ ଆରତୀରେ ପୂଜା କରାଯାଇଛି। ଉଜ୍ଜୟନୀ ମହାକାଳେଶ୍ବରଙ୍କ ଆଜି ଭସ୍ମ ଆଳତି ସହ ଶୃଙ୍ଗାର କରାଯାଇଛି । ରଥଯାତ୍ରା ପାଇଁ ଜଗନ୍ନାଥଙ୍କ ବେଶରେ ଦର୍ଶନ ମହାକାଳ ଦେଇଛନ୍ତି।
The post ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର appeared first on Dharitri Odia News.
