ଜଙ୍ଗଲ ଜମି କୁନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଚାନ୍ଦିଖମଣ ଗ୍ରାମରେ ଗତ ଶନିବାର ଜଙ୍ଗଲ ଜମି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ଗୁରୁତରଙ୍କ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଜଣକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେଶଡ଼ିହା ଗ୍ରାମର ସିଙ୍ଗରାୟ ଖୁଣ୍ଟିଆ (୫୦) ବୋଲି ଜଣାପଡ଼ିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ମହୁଲଡ଼ିହା ଥାନା […]

ଜଙ୍ଗଲ ଜମି କୁନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଚାନ୍ଦିଖମଣ ଗ୍ରାମରେ ଗତ ଶନିବାର ଜଙ୍ଗଲ ଜମି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ଗୁରୁତରଙ୍କ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଜଣକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେଶଡ଼ିହା ଗ୍ରାମର ସିଙ୍ଗରାୟ ଖୁଣ୍ଟିଆ (୫୦) ବୋଲି ଜଣାପଡ଼ିଛି।

ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ମହୁଲଡ଼ିହା ଥାନା ପୋଲିସ କହିଛି। ଘଟଣା ଦିନ ଠାରୁ ଗ୍ରାମରେ ୧୪୪ ଧାରା ଜାରି ହୋଈ ସେଠାରେ ଗଣ୍ଡଗୋଳ ଆଶଙ୍କା ରେ ପୋଲିସ ମୃତୟନ ହୋଇଛନ୍ତି।ଗୋଷ୍ଠୀ ସଂଘର୍ଷ ରେ ଅନ୍ୟ ଗୁରୁତର ମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଥାଉକି କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଖମଣ ଜଙ୍ଗଲକୁ ସଫା କରି ବହୁ ବର୍ଷ ପୂର୍ବରୁ କିଛି ଲୋକ ଗ୍ରାମ ସ୍ଥାପନ କରି ରହିଆସୁଥିଲେ।କିଛି ବର୍ଷ ପୂର୍ବରୁ ବିଭିନ୍ନ ସ୍ଥାନରୁ ଲୋକେ ଆସି ଚାନ୍ଦିଖମଣ  ଗ୍ରାମ ନିକଟରେ ଜଙ୍ଗଲ ସଫା କରି ଘର କରିବା ସହ ଅସ୍ଥାୟୀ ଭାବରେ ପାଲ ଟାଣି ରହିଥିଲେ।ପୂର୍ବରୁ ଥିବା ଲୋକଙ୍କ ସହିତ ଏହି ନୂଆ ଆସିଥିବା ଲୋକ ମାନଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ବିବାଦ ପୂର୍ବରୁ ହୋଈ ଆସିଥିଲା।ବିବାଦ ଯୋଗୁଁ ଜଙ୍ଗଲ ଜମି ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁଉଦ୍ୟମ କରାଯାଇ ଗତ ମାସ ୨୮ ତାରିଖ ଦିନ ଗ୍ରାମକୁ ଯାଉଥିବା ବେଳେ ରାସ୍ତାରେ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ସେ ଦିନ ମାପ ନ କରି ପାରି ପ୍ରଶାସନ ଫେରି ଆସିଥିଲା, ତେବେ ସେହି ଦିନ ଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା ଲାଗି ରହିଥିଲା ବେଳେ ଆଗକୁ ବଡଧରଣର ଗଣ୍ଡଗୋଳ ହୋବ ବୋଲି ପ୍ରଶାସନ ମଧ୍ୟ ଅନୁମାନ କରିଥିଲା  । ଗତ ଶନିବାର ଦିନ ପ୍ରାୟ ୧୧ ଟା ସମୟରେ ଏହି ଜମିକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ନୂଆ ବସ୍ତି ଓ ପୁରୁଣା ବସ୍ତିର ଶତାଧିକ ଲୋକେ ମାରଣାସ୍ତ୍ର ସହ ଠେଙ୍ଗା ବାଡ଼ି ଧରି ଉଭୟ ପକ୍ଷ ଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା।

ଗଣ୍ଡଗୋଳ ସମୟ ମଧ୍ୟରେ ଉଭୟ ଗୋଷ୍ଠୀ ର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଲୋକେ ଘଟଣାସ୍ଥଳ ରେ ଏକତ୍ରିତ ହୋଇ ଯାଇ ଉଭୟ ଉଭୟ ଙ୍କୁ ଆକ୍ରମଣ କରିଥିଲେ।ଏହି ଘଟଣା ରେ ସେଦିନ ୨୧ ଜଣ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଈ ଥିଲେ।ଘଟଣା ଦିନ ଉଭୟ ଗୋଷ୍ଠୀ ର ଲୋକେ ଠାକୁରମୁଣ୍ଡା- ଉଦଳା ରାସ୍ତାର ଚମ୍ପାଝର ନିକଟ ରେ ପୃଥକ ପୃଥକ ସ୍ଥାନରେ  ୪ ଘଣ୍ଟା ଧରି ରାସ୍ତା ରୋକ କରିଥିଲେ।ପ୍ରଶାସନ ପକ୍ଷରୁ ଜମି ମାପ ହେବା କୁ ପ୍ରତିଶ୍ରୁତି ପରେ ସେ ଦିନ ରାସ୍ତା ରୋକ ହଟିଥିଲା। ଉଭୟ ପକ୍ଷ ଏନେଇ ମହୁଲଡ଼ିହା ଥାନାରେ ମାମଲା ରୁଜ୍ଜୁ କରିଛନ୍ତି।