ଜଙ୍ଗଲ ପ୍ରେମୀ ମଣିଷ, ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ
ନନ୍ଦିଘୋଷ ବ୍ୟୁରୋ: ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ ।... The post ଜଙ୍ଗଲ ପ୍ରେମୀ ମଣିଷ, ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ appeared first on .
ନନ୍ଦିଘୋଷ ବ୍ୟୁରୋ: ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ । ଗୁଣୁପୁର ରେଞ୍ଜ ମହିମା ନଗର ପେଦାକଣ୍ଡା ସଂରକ୍ଷଣ ଜଙ୍ଗଲର ସୁରକ୍ଷା କବଚ ସାଜିଛନ୍ତି ଆଦିବାସୀ ଯୁବକ ଭାସ୍କର ଶବର । ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ । ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।
ଜଙ୍ଗଲ ପ୍ରେମୀ ମଣିଷଟିଏ । ଗଛକୁ ଦେଉଛନ୍ତି ସୁରକ୍ଷା । ଗୁଣୁପୁର ମହିମା ନଗର ପେଦାକଣ୍ଡା ସଂରକ୍ଷଣ ଜଙ୍ଗଲର ସୁରକ୍ଷା କବଚ ସାଜିଛନ୍ତି ଆଦିବାସୀ ଯୁବକ ଭାସ୍କର ଶବର । ୨୦୨୧ ମସିହାରେ ବନ ବିଭାଗ ସମସ୍ତ ଆଦିବାସୀ ମାନଙ୍କୁ ଏକାଠି କରି ଜଙ୍ଗଲରେ ପଡୁ ଚାଷ ବନ୍ଦ କରିଥିଲେ ଏବଂ ଶହେ ହେକ୍ଟରରୁ ଅଧିକ ଜମିରେ କାମ୍ପା ଫଣ୍ଡରୁ ୨୦ ହଜାରରୁ ଅଧିକ ମୂଲ୍ଯବାନ ଗଛ ଯେମିତିକି ବାହାଡା, ହରିଡା, ନିମ୍ବ,ଶାଳ, ଶର୍ଗୀ, ପିଆଶାଳ ଭଳି ଗଛ ଆଣି ଲଗାଇଥିଲେ। ଗଛ ଲାଗିବା ପରଠାରୁ ଗଛକୁ ସୁରକ୍ଷା ଦେଇ ଆସିଛନ୍ତି ଭାସ୍କର । ଏଥିପାଇଁ ଭାସ୍କରଙ୍କୁ କିଛି ବର୍ଷ ପର୍ଯ୍ଯନ୍ତ ପାରିଶ୍ରମିକ ମିଳିଥିଲା। କିନ୍ତୁ ପରବର୍ତ୍ତି ସମୟରେ ଫଣ୍ଡ ନଥିବାରୁ ପାରିଶ୍ରମିକ ବନ୍ଦ ହୋଇଯାଇଛି । ତଥାପି ଭାସ୍କର ପରିବେଶ ସୁରକ୍ଷାକୁ ଆଖି ଆଗର ରଖି ଗଛ ଗୁଡିକର ଯତ୍ନ ନେଉଛନ୍ତି। ଭାସ୍କରଙ୍କ ନିଆରା ଉଦ୍ୟମ ପାଇଁ ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସା ଛୁଟୁଛି। ଅନ୍ଯମାନଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ସରକାରୀ ଯୋଜନା ଜରିଆରେ ପାରିଶ୍ରମିକ ଯୋଗାଇ ଦିଆଯିବା ସହିତ ଅନ୍ୟ ପ୍ଲାଣ୍ଟେସନର ନିୟୋଜିତ କରାଯିବ ବୋଲି କହିଛନ୍ତି ଗୁଣୁପୁର ରେଞ୍ଜର ।
The post ଜଙ୍ଗଲ ପ୍ରେମୀ ମଣିଷ, ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛର ନେଉଛନ୍ତି ଦାୟିତ୍ଵ appeared first on .