ମହିଳା ଜେଇଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀ ଓ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆକ୍ରମଣରେ ଅଭିଯୁକ୍ତଙ୍କ... The post ମହିଳା ଜେଇଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି appeared first on .
ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀ ଓ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆକ୍ରମଣରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ଦୁଇ ଅଧିକାରୀଙ୍କୁ ଆକ୍ରମଣ କରିଥିବା ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଆକ୍ସନ ଦାବିରେ ଆଜି ବିଜେଡି ତରଫରୁ ବଡ଼ ବିକ୍ଷୋଭ କରାଯାଇଛି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଜଗତସିଂହପୁର ଗାନ୍ଧି ଛକରୁ ଏକ ଶୋଭାଯାତ୍ରାରେ ଯାଇ ଏସପି ଅଫିସ ଘେରାଉ କରିଥିଲେ। ବିଜେପି ନେତାଙ୍କ ଗୁଣ୍ଡାଗିରିର ପ୍ରତିବାଦ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି। ବିଶେଷ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ଓବିସି ମୋର୍ଚ୍ଚାର ଜଗତସିଂହପୁର ଜିଲ୍ଲା ସଭାପତି ସୁବୋଧ ବାରିକଙ୍କୁ ଗିରଫ କରିବାକୁ ଦାବି କରିଯାଇଛି।
ବିଜେଡିର ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ନେତା ପ୍ରତାପ ଜେନା, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲର ବିଜେଡି ବିଧାୟକ ରମାକାନ୍ତ ଭୋଇ, ପାରାଦ୍ଵୀପର ବିଜେଡି ନେତା ବାପି ସର୍ଖେଲ ପ୍ରମୁଖ ଓ ବିଜେଡିର ହଜାର ହଜାର କର୍ମୀ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ଦିନ ରଘୁନାଥପୁର ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତା ଖୁଣ୍ଟିଆ ଓ ଆକଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ସୂର୍ଯ୍ୟକାନ୍ତ ସାହୁଙ୍କୁ ବିଜେପି କର୍ମୀ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା। ତରିକୁନ୍ଦରେ ଏହି ଘଟଣା ଘଟିଥିଲା। ଏପରିକି ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଟଣାଓଟରା କରିଥିଲେ ବିଜେପି କର୍ମୀ। ତାଙ୍କ ଡ୍ରେସ୍ ଚିରିଦେବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ବିଜେପି କର୍ମୀଙ୍କ କବଳରୁ କନିଷ୍ଠ ଯନ୍ତ୍ରୀଙ୍କୁ ରକ୍ଷା କରିବାକୁ ଡାଟା ଏଣ୍ଟ୍ରି ଅପରେଟର ସୂର୍ଯ୍ୟକାନ୍ତ ସାହୁ ତାଙ୍କୁ ପଂଚାୟତ ଅଫିସରେ ଭର୍ତ୍ତି କରିଦେଇଥିଲେ। ତଥାପି ତାଲା ଭାଙ୍ଗି ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଓ ସୂର୍ଯ୍ୟକାନ୍ତ ସାହୁଙ୍କୁ ଆକ୍ରମଣ କରିଥିଲେ ବିଜେପି କର୍ମୀ ।
The post ମହିଳା ଜେଇଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି appeared first on .