ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ
ଇସଲାମାବାଦ,୨୬।୩: ପାକିସ୍ତାନରେ ମଙ୍ଗଳବାର ବଡ଼ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି। ଖେବର୍ ପାଖ୍ତୁନ୍ଖ୍ବାଠାରେ ହୋଇଥିବା ଏହି ଆକ୍ରମଣରେ ୫ ଚାଇନା ନାଗରିକଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଚାଇନାର ନାଗରିକମାନେ ଇଞ୍ଜିନିୟର ଥିବା ବେଳେ ପାକିସ୍ତାନରେ ଚାଲୁଥିବା ଏକ ପ୍ରୋଜେକ୍ଟରେ କାମ କରୁଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ଚାଇନା ନାଗରିକଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଛି। ଉତ୍ତର ପଶ୍ଚିମ ପାକିସ୍ତାନରେ ଏକ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏହି ବିସ୍ଫୋରଣରେ […] The post ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ appeared first on Dharitri Odia News.
ଇସଲାମାବାଦ,୨୬।୩: ପାକିସ୍ତାନରେ ମଙ୍ଗଳବାର ବଡ଼ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି। ଖେବର୍ ପାଖ୍ତୁନ୍ଖ୍ବାଠାରେ ହୋଇଥିବା ଏହି ଆକ୍ରମଣରେ ୫ ଚାଇନା ନାଗରିକଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଚାଇନାର ନାଗରିକମାନେ ଇଞ୍ଜିନିୟର ଥିବା ବେଳେ ପାକିସ୍ତାନରେ ଚାଲୁଥିବା ଏକ ପ୍ରୋଜେକ୍ଟରେ କାମ କରୁଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ଚାଇନା ନାଗରିକଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଛି। ଉତ୍ତର ପଶ୍ଚିମ ପାକିସ୍ତାନରେ ଏକ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏହି ବିସ୍ଫୋରଣରେ ୫ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଗାଡ଼ିର ପାକିସ୍ତାନୀ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି। ଗାଡ଼ିରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏହି ଆକ୍ରମଣ ନେଇ ଚାଇନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କେହି ଦାୟିତ୍ୱ ଗ୍ରହଣ କରିନାହାନ୍ତି।
The post ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ appeared first on Dharitri Odia News.