ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

କୋରାପୁଟ ଲମତାପୁଟ ନନ୍ଦପୁର ଥାନା ଅଧୀନ ଗେରୁପୁଟ ଗାଁର ସ୍ବାମୀ ବଳରାମ ଗାଲେଲ୍ ଓ ସ୍ତ୍ରୀ ବଲା ଗାଲେଲ୍ । ନନ୍ଦପୁର ହାଟ ପଦା ନିକଟରେ ଚା ଦୋକାନ କରି ଲୋକଙ୍କୁ ଚା’ ପିଆନ୍ତି । ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଜାଳେଣି ନଥିବାରୁ ସ୍ବାମୀ ସ୍ତ୍ରୀ ସାଙ୍ଗ ହୋଇ ପାଖ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ କାଠ ଆଣିଲେ ଚା’ କରିବେ […] The post ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ appeared first on KNews Odisha.

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

କୋରାପୁଟ ଲମତାପୁଟ ନନ୍ଦପୁର ଥାନା ଅଧୀନ ଗେରୁପୁଟ ଗାଁର ସ୍ବାମୀ ବଳରାମ ଗାଲେଲ୍ ଓ ସ୍ତ୍ରୀ ବଲା ଗାଲେଲ୍ । ନନ୍ଦପୁର ହାଟ ପଦା ନିକଟରେ ଚା ଦୋକାନ କରି ଲୋକଙ୍କୁ ଚା’ ପିଆନ୍ତି । ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଜାଳେଣି ନଥିବାରୁ ସ୍ବାମୀ ସ୍ତ୍ରୀ ସାଙ୍ଗ ହୋଇ ପାଖ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ କାଠ ଆଣିଲେ ଚା’ କରିବେ ଆଉ ଦୁଇ ପଇସା ରୋଜଗାର କରିବେ । କିନ୍ତୁ ସେମାନେ ଭାବି ବି ନଥିଲେ ଜଙ୍ଗଲ ଭିତରେ ମୃତ୍ୟୁ ସେମାନଙ୍କୁ ଅପେକ୍ଷା କରି ବସିଛି । ଏ ଦୁନିଆରୁ ବିଦାୟ ନେଇଛନ୍ତି ସ୍ବାମୀ ଓ ସ୍ତ୍ରୀ ।

ତେବେ ଗତ କାଲି ସନ୍ଧ୍ୟା ସମୟରେ ପାଖ ଜଙ୍ଗଲକୁ କାଠ ଆଣିବାକୁ ସ୍ବାମୀ ସ୍ତ୍ରୀ ଯାଇଥିବା ବେଳେ ସେମାନଙ୍କ ସହ ବଡ଼ ଅଘଟଣ ଘଟି ଯାଇଥିଲା । ବହୁ ସମୟ ଧରି ଦୋକାନକୁ ନଫେରିବାରୁ ତାଙ୍କ ଗାଁ ଲୋକେ ଜଙ୍ଗଲକୁ ଯାଇ ଖୋଜା ଖୋଜି ଆରମ୍ଭ କରିଥିଲେ । ଆଉ ଶେଷରେ ଜଙ୍ଗଲ ମଧ୍ୟରେ ମିଳିଥିଲା ସେମାନଙ୍କ ମୃତଦେହ । ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଦେଖିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଜଙ୍ଗଲ ଭିତରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଶିକାରୀମାନେ ଅବାଧରେ ଜଙ୍ଗଲୀ ଜନ୍ତୁଙ୍କୁ ଶିକାର କରୁଛନ୍ତି । ଆଉ ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ଅବେଳରେ ଦୁଇ ଦୁଇଟି ଜୀବନ ଚାଲିଗଲା ।

 

 

The post ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ appeared first on KNews Odisha.