ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି

ଗାଁରେ ମାତ୍ର ଦୁଇଟି ପରିବାରକୁ ଛାଡ଼ିଦେଲେ ଆଜିକୁ ବି ସମସ୍ତ ପରିବାର ପଲିଥିନ୍ ତଳେ ରହିଆସୁଛନ୍ତି । ସେମାନଙ୍କ ମୁଣ୍ଡ ଉପରେ ଆଜି ପର୍ଯ୍ୟନ୍ତ ଛାତଘର ଖଣ୍ଡେ ନାହିଁ । ଏ ସବୁ ଘରକୁ ଟିକିଏ ଦେଖନ୍ତୁ କିଭଳି ଭଙ୍ଗା ଦଦରା କାନ୍ଥରୁ ଖସୁଛି ଖଣ୍ଡ ଖଣ୍ଡ ଇଟା । ମୁଣ୍ଡ ଉପରେ ଛାତ ବଦଳରେ ପଡ଼ିଛି ଜାରି ପାଲ । ସେ ପୁଣି କଣା ହୋଇ ଚିରି ଯାଇଛି । ସେହି ବାଟ ଦେଇ ଖରା […] The post ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି appeared first on KNews Odisha.

ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି

ଗାଁରେ ମାତ୍ର ଦୁଇଟି ପରିବାରକୁ ଛାଡ଼ିଦେଲେ ଆଜିକୁ ବି ସମସ୍ତ ପରିବାର ପଲିଥିନ୍ ତଳେ ରହିଆସୁଛନ୍ତି । ସେମାନଙ୍କ ମୁଣ୍ଡ ଉପରେ ଆଜି ପର୍ଯ୍ୟନ୍ତ ଛାତଘର ଖଣ୍ଡେ ନାହିଁ । ଏ ସବୁ ଘରକୁ ଟିକିଏ ଦେଖନ୍ତୁ କିଭଳି ଭଙ୍ଗା ଦଦରା କାନ୍ଥରୁ ଖସୁଛି ଖଣ୍ଡ ଖଣ୍ଡ ଇଟା । ମୁଣ୍ଡ ଉପରେ ଛାତ ବଦଳରେ ପଡ଼ିଛି ଜାରି ପାଲ । ସେ ପୁଣି କଣା ହୋଇ ଚିରି ଯାଇଛି । ସେହି ବାଟ ଦେଇ ଖରା ବର୍ଷା ଶୀତ କାକର ସିଧା ଆସି ମୁହଁ ଉପରେ ପଡ଼ୁଛି । ହେଲେ ତଥାପି ସାହାରା ଏଇ ଜରିପାଲ ଖଣ୍ଡିକ । ସମସ୍ତ ପରିବାର ଦଳିତ ହୋଇଥିବାରୁ ହୁଏତ ସେମାନଙ୍କ ଦୁର୍ଦ୍ଦଶା ସରକାରଙ୍କ ନଜରକୁ ଆସିପାରିନାହିଁ ।

ରୋଜଗାର କହିଲେ ପର ଜମି ଚାଷ କରି ଚଳିବା । ପୁରୁଷ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଏହି ଗାଁର ସମସ୍ତେ ଦିନମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ପୁଷ୍ଟିଯୁକ୍ତ ଖାଦ୍ୟ ସେମାନଙ୍କ ପିଲାଛୁଆଙ୍କ ନିମନ୍ତେ ସତେ ଯେମିତି ସ୍ୱପ୍ନ । ସେଥିପାଇଁ କେତେକ ଏହାକୁ ଗୋପ ବ୍ଲକ୍ ନଗଡ଼ା ନାମରେ ନାମିତ କରିଛନ୍ତି । ଏବେ ଗୋପ ବ୍ଲକରେ ଆବାସ ଯୋଜନା ନିମନ୍ତେ ହିତାଧିକାରୀ ଚୟନ ଚାଲିଛି । ଗତ ସପ୍ତାହରେ ଏହି ଗାଁକୁ ଗୋପ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଏଡିଇଓ ସଂଜୟ କୁମାର ସେନାପତି ତଦନ୍ତ କରିଛନ୍ତି ।

ଏଠିକାର ସମସ୍ତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତଦନ୍ତ ସବୁବେଳେ ହେଉଛି ହେଲେ ପ୍ରତିଥର ପ୍ରଶାସନ ପ୍ରତିଶ୍ରୁତି ଦେଇ ଦଶମାଣବାସୀଙ୍କୁ ଭଣ୍ଡାଇ ଦେବେନି ତ ସରକାର! ତେବେ ଏ ବର୍ଷ ସେମାନଙ୍କ ସ୍ବପ୍ନ ପୂରଣ ହେବ କି ନାହିଁ ତାହା ଭବିଷ୍ୟତ ହିଁ କହିବ । ଆମ ବ୍ୟବସ୍ଥା ଏବଂ ଯୋଜନା ଆଜି ବି ଅନେକଙ୍କ ପାଇଁ ପ୍ରହସନ । କାରଣ ଆଜି ବି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ପରିବାର ସଦସ୍ୟ କାଟୁଛନ୍ତି ଦୁର୍ବିସହ ଜୀବନ । ଆଉ ଗରିବିର ତାଡନାରେ ଜର୍ଜରିତ ହେଉଛନ୍ତି ଅନେକ ପରିବାର ।

The post ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି appeared first on KNews Odisha.